ETV Bharat / city

ଜାତୀୟ ଶିକ୍ଷାନୀତି-୧୯, ଖସଡ଼ା ପ୍ରସ୍ତୁତି ନେଇ ଉଚ୍ଚଶିକ୍ଷା ବିଭାଗର ମାନସମନ୍ଥନ

author img

By

Published : Jul 10, 2019, 10:40 PM IST

ନ୍ୟାସନାଲ ଡ୍ରାଫ୍ଟ ଏଜୁକେସନ ପଲିସି ୨୦୧୯କୁ ନେଇ ଉଚ୍ଚଶିକ୍ଷା ବିଭାଗର ତର୍ଜମା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପଲିସିକୁ ନେଇ ମାନସମନ୍ଥନ କରିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା କର୍ମଶାଳା ଆୟୋଜିତ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜାତୀୟ ଡ୍ରାଫ୍ଟ ଏଜୁକେସନ ପଲିସି ୨୦୧୯କୁ ମାନସମନ୍ଥନ କରିଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ପରାମର୍ଶଦାତା କର୍ମଶାଳା ଆୟୋଜିତ ହୋଇଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିଲେ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ଅଭିଭାବକ, ଶିକ୍ଷାବିତ ଓ ଅଧ୍ୟକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିରେ ଏଜୁକେସନ ପଲିସିରେ ଥିବା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା, ଉନ୍ନୟନ ଓ ବିଭାଗରେ ଆବଶ୍ୟକୀୟ ସଂସ୍କାରକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା । ଏହା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭାଗ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

ଏହି ସମ୍ମିଳନୀରେ ରାଜ୍ୟରେ ଶିକ୍ଷା ବିଭାଗରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ଅଟୋନୋମିର ପ୍ରାଧାନ୍ୟ, ଶିକ୍ଷକ ମାନଙ୍କ ପ୍ରୋବେଶନ ବ୍ୟବସ୍ଥା, ଆଫିଲେସନ ସିଷ୍ଟମ, ପ୍ରତ୍ୟେକ କଲେଜକୁ ଡିଜିଟାଇଜେସନ ନେଇ ହୋଇଥିଲା ଆଲୋଚନା ।

ଚଳିତ ନ୍ୟାସନାଲ ଡ୍ରାଫ୍ଟ ଏଜୁକେସନ ପଲିସିରେ ଶିକ୍ଷାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ, ଘରୋଇକରଣ, ସଂପ୍ରଦାୟୀକରଣ ହୋଇଛି । ସମ୍ବିଧାନକୁ ଉପେକ୍ଷା କରାଯାଇଛି । ଶିକ୍ଷା ଡ୍ରାଫ୍ଟ ପଲିସି ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା ତାହାକୁ ସେ ଗ୍ରହଣ କଲେନାହିଁ । ରାଜ୍ୟକୁ ଜୁଲାଇ ୧୫ ସୁଦ୍ଧା ମତାମତ ମଗାଯାଇଛି । ପଲିସିକୁ ତରବରିଆ ଭାବେ ନ କରି ପୁନର୍ବାର ଆଲୋଚନା କରାଯାଉ ବୋଲି ୱାଲର୍ଡ ଫେଡରେସନ ଅଫ ଟିଚର ଆସୋସିଏସନର ସମ୍ପାଦକ ଅମୀୟ କୁମାର ମହାନ୍ତି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:କୋଣାର୍କ ସଡକ ଦୁର୍ଘଟଣା ନେଇ ପୋଲିସ ର ସ୍ପଷ୍ଟୀକରଣBody:ପୁରୀ ରାମଚଣ୍ଡୀ ଥାନା ଲିଆଖିଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ର ପ୍ରାଥମିକ ତଦନ୍ତ କଥା ପ୍ରକାଶ କରିଛନ୍ତି ପୁରୀ sp। ସେ କହିଛନ୍ତି ଏହା ଏକ ଦୁର୍ଘଟଣା । ହତ୍ୟାକାଣ୍ଡ ଘଟଣା ବୋଲି ଯେଉଁ ସନ୍ଦେହ କରାଯାଉଛି ତାହା ତଦନ୍ତ ରୁ ଜଣାପଡିନାହିଁ। ଏକ କାର ଧୃତ ଗତିରେ ଆସି ବାଇକ କୁ ଧକା ଦେଇ ଥିବାରୁ ମୃତକ ଙ୍କ ମୁଣ୍ଡ ଶରୀର ରୁ ଅଲଗା ହୋଇ ଯାଇଛି। ତେବେ ଦୁର୍ଘଟଣା ଘଟାଇ ଥିବା କାର ଟିକୁ ଚିନ୍ହଟ କରାଯାଇଛି। ଖୁବ ଶୀଘ୍ର ଡ୍ରାଇଭର ଧରି ବାକୁ ପୋଲିସ ଉଦ୍ୟମ କରୁଛି। ଗତକାଲି ରାତି ରାମଚଣ୍ଡୀ ଥାନା ଲିଆଖିଆ ବ୍ରିଜ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଯେଉଁ ଥିରେକି ବାଇକ ଚାଳକ ଉମାସଙ୍କର ରାୟ ପ୍ରାଣ ହରାଇ ଥିବା ବେଳେ ତାଙ୍କ ମୁଣ୍ଡଟି ଶରୀର ରୁ ଅଲଗା ହୋଇ ଯାଇ ଥିଲା। ଯାହାକୁ ନେଇ ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣା ରେ ପୋଲିସ ତଦନ୍ତ ଜାରି ରଖିଛି।

ବାଇଟ,, ଉମାସଙ୍କର ଦାସ , ପୁରୀ spConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ପୁରୀ sp ଙ୍କ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.