ଭୁବନେଶ୍ବର: ସ୍ମାର୍ଟସିଟିକୁ ଫେରିଲା କଣ୍ଟେନମେଣ୍ଟ୍ ଜୋନ୍ । ସଂକ୍ରମଣ ବଢ଼ିବାରୁ ଦୀର୍ଘଦିନ ବ୍ୟବଧାନ ପରେ ରାଜଧାନୀର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଭୁବନେଶ୍ୱର ୱାର୍ଡ ନମ୍ବର-୫୨, ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର କିଛି ଫ୍ଲାଟ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି BMC ।
ଏହି ଆପାର୍ଟମେଣ୍ଟରେ ଏକାଧିକ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି BMC । କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବାପରେ ସମ୍ପୃକ୍ତ ଅଞ୍ଚଳରୁ କେହି ବାହାରକୁ ଆସି ପାରିବେନି କିମ୍ବା ବାହାର ଲୋକ ସମ୍ପୃକ୍ତ ଅଞ୍ଚଳକୁ ଯାଇପାରିବେ ନାହିଁ । ରାଜ୍ୟରେ କୋରୋନା ସଂକ୍ରମଣର ତୃତୀୟ ଲହର ଆସିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ସ୍ଥିତିରେ ଭୁବନେଶ୍ବରରେ ପୁନଃ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନିଶ୍ଚିତ ଭାବେ ଚିନ୍ତାର ବିଷୟ ପାଲଟିଛି । ଗତକିଛି ପୂର୍ବେ ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଥିଲା । ତେବେ କଣ୍ଟେମେଣ୍ଟ ଜୋନ୍ ପରେ ପୁନଃ ପ୍ରଶାସନ ଆଲର୍ଟରେ ରହିଛି ।
ଭୁବେନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ