ଭୁବନେଶ୍ବର: ଆସନ୍ତା 25 ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସର୍ବଦଳୀୟ ବୈଠକ ବସିବା ନେଇ ବିରୋଧୀଙ୍କ ପକ୍ଷରୁ ଦାବି ହୋଇଥିଲା । ଆସନ୍ତା 29 ତାରିଖରେ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ବସିବ। କୋରୋନା ପାଇଁ ଏଥିର 8ଟି କାର୍ଯ୍ୟଦିବସ ରହିଛି ।
କୋଭିଡ କଟକଣା ମଧ୍ୟରେ ବିଧାନସଭା ବସୁଥିବାରୁ ସର୍ବଦଳୀୟ ବୈଠକରେ ବିଧାନସଭାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ । ଏଥିସହ ବିରୋଧୀ ମାନଙ୍କ ଅଭିଯୋଗ ଉପରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି । ଏହି ବୈଠକରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ମଧ୍ୟ ବିଚାର କରାଯିବ ।
ଭୁବନେଶ୍ବରରୁ ତପସ ଦାସ , ଇଟିଭି ଭାରତ