ETV Bharat / city

ଗୋପାଳପୁର ବନ୍ଦରର ବିକାଶ ତଥା ବିସ୍ତାର ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ

author img

By

Published : May 24, 2022, 10:52 PM IST

ବିକାଶ ଓ ବିସ୍ତାର ହେବ ଗୋପାଳପୁର ବନ୍ଦର । ଏନେଇ ଆଜି(ମଙ୍ଗଳବାର) ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଛି । ଅଧିକ ପଢନ୍ତୁ

ଗୋପାଳପୁର ବନ୍ଦରର ବିକାଶ ତଥା ବିସ୍ତାର ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ
ଗୋପାଳପୁର ବନ୍ଦରର ବିକାଶ ତଥା ବିସ୍ତାର ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ବର: ବିକାଶ ଓ ବିସ୍ତାର ହେବ ଗୋପାଳପୁର ବନ୍ଦର । ଏନେଇ ଆଜି(ମଙ୍ଗଳବାର) ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍ ମଧ୍ୟରେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ଗଞ୍ଜାମ ଅର୍ଜୀପାଲୀରେ ଅବସ୍ଥିତ ଗୋପାଳପୁର ବନ୍ଦର ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ଵାରା ନିୟନ୍ତ୍ରିତ ଓ ପରିଚାଳିତ ହୋଇ ଆସୁଛି । ଏହାକୁ ଏକ ସବୁଦିନିଆ ବନ୍ଦରରେ ବିକଶିତ ଓ ସଂପ୍ରସାରିତ କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ତେଣୁ ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ୨୦୦୬ ସେପ୍ଟେମ୍ବର ୧୪ରେ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ପିପିପି ମୋଡ୍‌ରେ ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ଦ୍ଵାରା ପରିଚାଳିତ ବନ୍ଦର ପରିଚାଳନା ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ୍ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଯାହାଫଳରେ ଋତୁକାଳୀନ ବନ୍ଦରରୁ ଏକ ସବୁଦିନିଆ ବନ୍ଦରରେ ରୂପାନ୍ତରିତ ହୋଇପାରିଛି ।

ତେବେ ୨୦୧୭ ଜାନୁଆରୀ ୧୮ରେ ଗୋପାଳପୁର ବନ୍ଦର ପରିଚାଳନା ସଂସ୍ଥାରେ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲି. (ଏସ୍‌ଏସ୍ଏଲ୍) ଯୋଗଦାନ କରିଛି । ଅଂଶଧନ ପରିବର୍ତ୍ତନ ଯୋଗୁ ଏସ୍‌ପିଏମ୍ଏଲ୍ ଦ୍ଵାରା ସଂଖ୍ୟାଗରିଷ୍ଠ ଅଂଶଧନ ହାସଲ କରିଛି । ଏବଂ ବନ୍ଦର ପରିଚାଳନା କ୍ଷମତା ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍)ରୁ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲି.କୁ ସ୍ଥାନାନ୍ତରିତ ହୋଇଛି । ଏହି ବନ୍ଦର ପରିଚାଳନା କ୍ଷମତା ସ୍ଥାନାନ୍ତରଣ ଯୋଗୁଁ ଗୋପାଳପୁର ବନ୍ଦର ସହ ସଂଶୋଧିତ ରହିତ ଚୁକ୍ତିନାମା ସ୍ୱାକ୍ଷର କରିବା ଆବଶ୍ୟକ ହୋଇଛି । ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ।

ରିହାତି ଚୁକ୍ତିନାମା ସ୍ୱାକ୍ଷର ପାଇଁ ଗତବର୍ଷ 7 ତାରିଖରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହା ଅନୁମୋଦନ ଲାଭ କରିଛି । ଆଜି ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ନିମନ୍ତେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ବାକ୍ଷର କରାଗଲା ବୋଲି ମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଂଜୟ ମିଶ୍ର, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନା ରାଉଳ, ଗୋପାଳପୁର ବନ୍ଦର ସି.ଇ.ଓ କ୍ୟାପ୍‌ଟେନ୍ ସନ୍ଦୀପ ଅଗ୍ରୱାଲ୍, ବନ୍ଦର ଉପଦେଷ୍ଟା ଅରବିନ୍ଦ ପାଣିଗ୍ରାହୀ, କର୍ପୋରେଟ୍ ଆଫୟାର୍ସ ଉପସଭାପତି ଡ. ଜଗଦୀଶ ଚନ୍ଦ୍ର ରାଉତ, ପରିଚାଳକ ରତିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.