ETV Bharat / city

4 ଜିଲ୍ଲାକୁ ଗଲେ ଅତିରିକ୍ତ 36 ପିଜି ଡାକ୍ତର - 4 ଜିଲ୍ଲାକୁ ଗଲେ ଅତିରିକ୍ତ 36 ପିଜି ଡାକ୍ତର

କୋରୋନାର ଦ୍ଵିତୀୟ ଲହରୀରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାକୁ ଅତିରିକ୍ତ 36 ପିଜି ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର ।

4 ଜିଲ୍ଲାକୁ ଗଲେ ଅତିରିକ୍ତ 36 ପିଜି ଡାକ୍ତର
4 ଜିଲ୍ଲାକୁ ଗଲେ ଅତିରିକ୍ତ 36 ପିଜି ଡାକ୍ତର
author img

By

Published : Apr 5, 2021, 8:38 PM IST

ଭୁବନେଶ୍ବର: କୋରୋନା ମୁକାବିଲା ଲାଗି ନୂଆ ରଣନୀତି କରିଛନ୍ତି ସରକାର । ଦ୍ଵିତୀୟ ଲହରୀରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାକୁ ଅତିରିକ୍ତ 36 ପିଜି ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର ।

କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ହେବେ ଏହି ପିଜି ଡାକ୍ତର । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି । ପିଜି ଡାକ୍ତରଙ୍କୁ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାକୁ ପଠାଯାଇଛି ।

36 ଜଣ ପିଜି ଡାକ୍ତରଙ୍କୁ ଏହି 4 ଜିଲ୍ଲାକୁ ପଠାଯାଇଛି । କଳାହାଣ୍ଡିକୁ 10, ମାଲକାନଗିରିକୁ 8, ନବରଙ୍ଗପୁରକୁ 8, ନୂଆପଡାକୁ 10 ଜଣ ଡାକ୍ତର ପଠାଯାଇଛି । ସେମାନଙ୍କ ମଧ୍ୟରେ ନିଶ୍ଚେତକ, ମେଡ଼ିସିନ, ରେଡ଼ିଓଲୋଜିଷ୍ଟ, ଅର୍ଥପେଡିକ ବିଭାଗର ଡାକ୍ତର ରହିଛନ୍ତି । ଏନେଇ ସୋମବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.