ETV Bharat / city

ଏମ୍ସରୁ-ଏୟାରପୋର୍ଟ ହେଲା ଗ୍ରୀନକରିଡର, ଏୟାରଲିଫ୍ଟ ହେଲେ ଅମ୍ରିତ

author img

By

Published : Jun 3, 2021, 8:24 PM IST

ଚେନ୍ନାଇ ଗଲେ 24 ବର୍ଷୀୟ ଅମ୍ରିତ । କିଛି ଦିନ ପୂର୍ବେ କୋରୋନାରେ ସଂକ୍ରମିତ ହେବା ପରେ ଫୁସଫୁସ ରୋଗରେ ହୋଇଛନ୍ତି ଆକ୍ରାନ୍ତ । ଅଧିକ ପଢନ୍ତୁ...

ଫୁସଫୁସ ପ୍ରତିରୋପଣ ପାଇଁ ଅମ୍ରତି ଗଲେ ଚେନ୍ନାଇ

ଭୁବନେଶ୍ୱର: ଗ୍ରୀନ କରିଡରରେ ଏମ୍ସରୁ ଏୟାରପୋର୍ଟ ଗଲେ ଏମ୍ସରେ ଚିକିତ୍ସିତ ଅମ୍ରିତ । ଇକମୋ ସଂଯୁକ୍ତ ସ୍ବତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ନିଆଯାଇଛି । କୋରୋନାରେ ସଂକ୍ରମିତ ହେବାପରେ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ଏହା ସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି ଅମ୍ରିତ । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବାପରେ ପରେ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ରୋଗୀକୁ ସ୍ଥାନାନ୍ତରଣ କରିବା ପାଇଁ ଡାକ୍ତରୀଦଳ ପରାମର୍ଶ ଦେଇଥିଲେ ।

ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ଆସିଥିଲେ ୬ ଜଣିଆ ଡାକ୍ତରୀ ଦଳ । ଏହାପରେ ପ୍ରଥମେ ଇକମୋ ଚିକିତ୍ସା ଚାଲିବ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ଏଥିପାଇଁ ଇକମୋ ସଂଯୁକ୍ତ ଏୟାରଲିଫ୍ଟ ପାଇଁ ୩୦ ରୁ ୪୦ ଲକ୍ଷ ଖର୍ଚ୍ଚ ହେବାକୁ ଥିବାବେଳେ, ଆଇସିୟୁ, ଇକମୋ ଓ ଡାକ୍ତରଖାନା ଫିସ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଫୁସଫୁସ ପ୍ରତିରୋପଣ ହେଲେ ୪୫ ଲକ୍ଷ ଖର୍ଚ୍ଚ ହେବ । ଡାକ୍ତରୀ ଦଳର ସୂଚନା ଅନୁଯାୟୀ ଏହି ଚିକିତ୍ସା ୩୦ ଦିନ ଚାଲିବ ।

ତେବେ ସୋସିଆଲ ମିଡିଆ ମାଧ୍ୟମରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି । ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କ ଚିକିତ୍ସା ପାଇଁ ମୁକ୍ତ ହସ୍ତରେ ଦାନ କରୁଛନ୍ତି । ତାଙ୍କର ଚିକିତ୍ସା ପାଇଁ 2ରୁ 3 କୋଟି ଟଙ୍କା ଦରକାର ।

ଅଧିକ ପଢନ୍ତୁ...https://react.etvbharat.com/oriya/odisha/city/bhubaneswar/covid-infection-24-yours-youths-lung-completely-damaged-2-to-3-crore-money-need-for-transplation-monther-seeks-help-from-cm-naveen-pattnaik/or20210531224843548

ପୂର୍ବରୁ ପରିବାର ଲୋକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଓଡିଶାର ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ଗୁହାରି କରିଥିଲେ । ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ ନମ୍ବର ୭୭୧୦୦୨୮୦୧୫ରେ ଯୋଗାଯୋଗ କରିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.