ଭୁବନେଶ୍ବର: ୨୧ବର୍ଷ ପରେ ବଙ୍ଗୋପସାଗରରେ ଆସିଲା ମହାବାତ୍ୟା । ସାମୁଦ୍ରିକ ଝଡ ଅମ୍ଫାନ ପାରାଦୀପ ଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ରହିଛି । ୨୦ ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଦୀଘା ଓ ବାଂଲାଦେଶ ହାତିଆ ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ । ସମୁଦ୍ର ଭିତରେ ଅମ୍ଫାନର ବେଗ ଘଣ୍ଟା ପ୍ରତି ୨୩୦ କିମି ରହିବ । ସାମୁଦ୍ରିକ ଝଡ ଅମ୍ଫାନ ସନ୍ଧ୍ୟା ୫.୩୦ ସୁଦ୍ଧା ମହାବାତ୍ୟାରେ ପରିଣତ ହେବ । ପାରାଦୀପ ଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ରହିଛି ।
ଉତ୍ତର ଦିଗକୁ ଗତି କରୁଛି ଅମ୍ଫାନ । ଏହାର ପ୍ରଭାବରେ ୧୯ ତାରିଖରେ ଉପକୂଳ ୧୨ଟି ଜିଲ୍ଲାରେ ବର୍ଷା ପବନ ଲାଗି ରହିବ । ପବନର ବେଗ ଘଣ୍ଟା ପ୍ରତି ୫୫ ରୁ ୬୫ କିମି ରହିବ । ସେହିପରି ୨୦ ତାରିଖ ସକାଳୁ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର,ଭଦ୍ରକ ,ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ବାତ୍ୟା ନେଇ ଏହି ୬ଟି ଜିଲ୍ଲାର ଚାଳଛପର ଘର କ୍ଷୟକ୍ଷତି ହେବାର ସମ୍ଭାବନା ଅଧିକ । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ