ETV Bharat / city

ଭାରତ ବନ୍ଦ: ରାଜଧାନୀରେ ଫସିଲା ପଶ୍ଚିମବଙ୍ଗର ଆମ୍ବୁଲାନ୍ସ - ଭାରତ ବନ୍ଦ ପାଇଁ ଫସିଲା ଆମ୍ବୁଲାନସ

ଭୁବନେଶ୍ବରରେ ଭାରତ ବନ୍ଦରେ ପ୍ରଭାବ । ପଶ୍ଚିମବଙ୍ଗରୁ ଗୁରୁତର ରୋଗୀକୁ ନେଇ ଏମ୍ସ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ ଆଚାର୍ଯ ଵିହାର ନିକଟରେ ଫସିରହିଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଭାରତ ବନ୍ଦ ଯୋଗୁଁ ଫସିଲା ଆମ୍ବୁଲାନ୍ସ , ରୋଗୀ ହନ୍ତସନ୍ତ

author img

By

Published : Mar 28, 2022, 9:23 AM IST

Updated : Mar 28, 2022, 9:30 AM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଟ୍ରେଡ ୟୁନିୟନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ମଧ୍ୟ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଏକ ଘଣ୍ଟାଧରି ରାଜପଥ ଆବରୋଧ କରିଥିଲେ ଆନ୍ଦୋଳନକାରୀ । ଏହି ସମୟରେ ପଶ୍ଚିମବଙ୍ଗରୁ ଏମ୍ସ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ ଫସିରହିଥିଲା । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟ ବିହାର ନିକଟରେ ।

ଭାରତ ବନ୍ଦ: ରାଜଧାନୀରେ ଫସିଲା ପଶ୍ଚିମବଙ୍ଗର ଆମ୍ବୁଲାନ୍ସ

ସୂଚନାଅନୁସାରେ, ୧୪ ଦଫା ଦାବି ନେଇ ରାଜଧାନୀରେ ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗରୁ ଏମ୍ସ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ ଟ୍ରାଫିକ ସମସ୍ୟାରେ ଆଚାର୍ଯଵିହାର ନିକଟରେ ଫସିରହିଥିବା ଘଟଣା ସାମ୍ନାକୁ ଆସିଛି ।

ରାସ୍ତା ଉପରେ ଅଟକିଥିବାରୁ ଆମ୍ବୁଲାନ୍ସଟି ଆଗକୁ ଯାଇପାରିନଥିଲା । ଫଳରେ ଆମ୍ବୁଲାନ୍ସଟି ପଛକୁ ଫେରି ଟ୍ରାଫିକ କର୍ମଚାରୀଙ୍କ ନିର୍ଦ୍ଦେଶରେ ଅନ୍ୟରୁଟରେ ଏମ୍ସରେ ପହଞ୍ଚିଛି। କେବଳ ସେହି ରୋଗୀ ନୁହନ୍ତି ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 28, 2022, 9:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.