ETV Bharat / city

EXCLUSIVE: ଭିଡରେ ମୁହାଁମୁହିଁ ଆମ୍ବୁଲାନ୍ସ, ଯିବାକୁ ମିଳୁନି ବାଟ - EXCLUSIVE

ଭିଡ ପାଇଁ ଫସିରହୁଛି ଆମ୍ବୁଲାନ୍ସ । ବ୍ରୀଜ ନିର୍ମାଣ ପାଇଁ ବଢୁଛି ଭିଡ଼ । ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ମୋଟରଯାନ ।

ambulance stock in traffic
ଭିଡରେ ମୁହାଁମୁହିଁ ଆମ୍ବୁଲାନ୍ସ, ଯିବାକୁ ମିଳୁନି ବାଟ
author img

By

Published : Aug 6, 2020, 9:18 PM IST

ଭୁବନେଶ୍ବର : ଆମ୍ବୁଲାନ୍ସ ଯିବାକୁ ମିଳୁନି ବାଟ । ଦୁଇଟି ଦୁଇଟି ଆମ୍ବୁଲାନ୍ସ ରାସ୍ତାରେ ଫସିରହିଛି । ଏମିତି ଦୃଶ୍ୟ କଏଦ ହୋଇଛି ଇଟିଭି ଭାରତ କ୍ୟାମେରାରେ । ଯେଉଁଠି ଟ୍ରାଫିକ କର୍ମଚାରୀ ବି ଆମ୍ବୁଲାନ୍ସକୁ ବାଟଦେବାକୁ ଅସମର୍ଥ ହୋଇପଡିଛନ୍ତି । ଆମ୍ବୁଲାନ୍ସରେ ରୋଗୀ ଥାଇ ସାଇରନ ମାରୁଥିବା ସତ୍ତ୍ବେ ଟ୍ରାଫିକ ଜାମ ଯୋଗୁଁ ଆଗକୁ ଯିବା ମୁସକିଲ୍ ହେଉଛି ।

ଭିଡରେ ମୁହାଁମୁହିଁ ଆମ୍ବୁଲାନ୍ସ, ଯିବାକୁ ମିଳୁନି ବାଟ

ଗୋଟିଏ ସାମନ୍ତରାପୁରରୁ ରବିଟକିଜ ଛକ ଆଡକୁ ଆସୁଥିବା ଆମ୍ବୁଲାନ୍ସ ଓ ଅନ୍ୟଟି ରବିଟକିଜ ଛକରୁ ସାମନ୍ତରାପୁର ପଟକୁ ଯାଉଥିବାର ସମୟର ଦୃଶ୍ୟ କଏଦ ହୋଇଛି । ତେବେ ଯେଉଁଠି ଆମ୍ବୁଲାନସକୁ ବାଟ ମିଳିବା ମୁସକିଲ ସେଠି ସାଧାରଣ ଲୋକ ଅଫିସ ହେଉ ବା ଜରୁରି କାମରେ ବ୍ରିଜ କାମ ପାଇଁ ଫସିରହୁଛନ୍ତି ।

ଅନ୍ୟପକ୍ଷେ ବଡବଡିଆ ଯିବାଙ୍କ ପାଇଁ ପୋଲିସ ରାସ୍ତା କଢାଇନେଉଥିବା ବେଳେ ସାଧାରଣ ଲୋକ କିନ୍ତୁ ଅଟକି ରହୁଛନ୍ତି । ଏଭଳି ସ୍ଥିତିରେ ବ୍ରିଜ କାମ ଚାଲୁ ରଖିଥିବା ଆର ଆଣ୍ଡ ବି ର ଅଧିକାରି ଓ କମିସନରେଟ ପୋଲିସ ଏଥିପ୍ରତି ଦୃଷ୍ଟି ଦେବା ହୋଇଛି ଅତ୍ୟନ୍ତ ଜରୁରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.