ETV Bharat / city

ଆମ୍ବେଦକର ଜୟନ୍ତୀ ଏବଂ ସାମାଜିକ ନ୍ୟାୟପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

author img

By

Published : Apr 14, 2022, 10:20 PM IST

ଆଧୁନିକ ଭାରତ ଗଠନରେ ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡ଼ିରେ ଥାବା ଲୋକଙ୍କ କଲ୍ୟାଣ ପାଇଁ ଚିନ୍ତା କରୁଥିଲେ କହିଛନ୍ତି ବିଜେପି ନେତୃବୃନ୍ଦ । ଅଧିକ ପଢ଼ନ୍ତୁ

ଆମ୍ବେଦକର ଜୟନ୍ତୀ ଏବଂ ସାମାଜିକ ନ୍ୟାୟପକ୍ଷ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ଆଧୁନିକ ଭାରତ ଗଠନରେ ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡ଼ିରେ ଥାବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତା କରୁଥିଲେ ତା ନୁହେଁ ବରଂ ସମାଜରେ ସମ୍ମାନତା ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡ଼ି ଭାରତୀୟ ଗଣତନ୍ତ୍ରକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ ।

ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ରମାନେ ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଛି । ଏହି ଅବସରରେ ଭୁବନେଶ୍ଵରର ବାପୁଜୀନଗର ସ୍ଥିତ କେଦାରପଲ୍ଲୀ ବସ୍ତିରେ ରାଜ୍ୟ ସଭାପତି ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଖେଚୁଡ଼ି ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମ ରେ ସମୀର ମହାନ୍ତିଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦୀକା ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ସଭାପତି ବାବୁ ସିଂ ଓ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.