ଭୁବନେଶ୍ବର: ପଞ୍ଚାୟତ ପରେ ପୌର ଦଖଲ କରିବ ବିଜେଡି । ସାମଗ୍ରିକ ବିକାଶ ନାଁରେ ସହରବାସୀ ଦେବେ ଭୋଟ । ଆଖିଦୃଶିଆ ବିକାଶକୁ ସହରବାସୀ ଗ୍ରହଣ କରିବେ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ।
ପଞ୍ଚାୟତ ପରେ ବିଜେଡିର ପୌର ଦଖଲ ଅଭିଯାନ ଜୋରଦାର ହୋଇଛି । ସହରାଞ୍ଚଳରେ ଦଳ ଜାରି ରଖିଛି ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ବିଜେଡି ନେତା । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନରେ ଫଳାଫଳ ପୁନରାବୃତ୍ତି ହେବ ବୋଲି କହିଛି ବିଜୁ ଜନତା ଦଳ । ସହରାଞ୍ଚଳ ଭୋଟର ସଚେତନ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିଜେଡି ବିଧାୟକ ।
ଆଖିଦୃଶିଆ ବିକାଶ କାର୍ଯ୍ୟକ୍ରମକୁ ସେମାନେ ଗ୍ରହଣ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଗ୍ରାମାଞ୍ଚଳ ଲୋକ ଗ୍ରହଣ କରିଛନ୍ତି । ସହରାଞ୍ଚଳ ଲୋକ ବି ଗ୍ରହଣ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ