ETV Bharat / city

କୋଟିଆ ପ୍ରସଙ୍ଗ: ବିଜେପିକୁ ପ୍ରଶ୍ନ କଲା ‘ଆମ ଅଧିକାର ସଂଗଠନ’ - ଭୁବନେଶ୍ବର ଖବର

କୋରାପୁଟର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପରଠାରୁ ଓଡ଼ିଶାରେ ଏହାର ଚର୍ଚ୍ଚା ଥମିବାର ନାଁ ଧରୁନି। ଏହାକୁ ନେଇ ଓଡିଶା ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଏଥିରେ ବିଜେପି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ଆମ ଅଧିକାର ସଂଗଠନ । ଅଧିକ ପଢନ୍ତୁ...

କୋଟିଆ ପ୍ରସଙ୍ଗ: ବିଜେପିକୁ ପ୍ରଶ୍ନ କଲା ‘ଆମ ଅଧିକାର ସଂଗଠନ’

author img

By

Published : Feb 20, 2021, 2:08 PM IST

ଭୁବନେଶ୍ବର: କୋରାପୁଟର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପରଠାରୁ ଓଡ଼ିଶାରେ ଏହାର ଚର୍ଚ୍ଚା ଥମିବାର ନାଁ ଧରୁନି। ଏହାକୁ ନେଇ ଓଡିଶା ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଏଥିରେ ବିଜେପି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ଆମ ଅଧିକାର ସଂଗଠନ । ସଂଗଠନ ପକ୍ଷରୁ ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଂଗଠନର ଆବାହକ ଅମୀୟ ପାଣ୍ଡବ ଓ ମହାସଚିବ ଗଣେଶ ଦାସ ପ୍ରମୁଖ କେତେକ ପ୍ରଶ୍ନ ପଚାରିଛନ୍ତି ।

କୋଟିଆ ପ୍ରସଙ୍ଗ: ବିଜେପିକୁ ପ୍ରଶ୍ନ କଲା ‘ଆମ ଅଧିକାର ସଂଗଠନ’

କୋଟିଆ ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ନାନାଦି ନାଟକବାଜୀ ଚାଲିଛି । ବିଜେପିର ନେତୃବୃନ୍ଦ ରାଜନୈତିକ ଫାଇଦା ଲୁଟିବା ଲକ୍ଷ୍ୟରେ ଦଳବଳ ନେଇ ସେଠାକୁ ପିକ୍‌ନିକ୍ କରିବାକୁ ଯିବା ହାସ୍ୟାସ୍ପଦ । ଓଡ଼ିଶା ବିଜେପିର ଯଦି ସତରେ ଆନ୍ତରିକତା ଅଛି ଓ ଓଡ଼ିଶାର ଅଖଣ୍ଡତା ତଥା ଅସ୍ତିତା ପ୍ରତିଅଙ୍ଗିକାରବଦ୍ଧତା ଅଛି ତେବେ ଦଳ ତାଙ୍କ ନେତାଙ୍କୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ପଦବୀରୁ ଓହରାଇ ଆଣିବାକୁ ପ୍ରସ୍ତାବ ଦେବା କିମ୍ବା ଅନୁରୋଧ କରିପାରିବ କି ? ଆମେ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସିଧାସଳଖ ପ୍ରଶ୍ନ କରିବାକୁ ଚାହୁଁ ଯେ, ସେ ନିଜକୁ ଜଣେ ଓଡ଼ିଶାପ୍ରେମୀ ଓ ପାଇକଯୋଦ୍ଧା ବୋଲି ଦାବି କରନ୍ତି ତେବେ ଓଡ଼ିଶା ପ୍ରସଙ୍ଗରେ ଆନ୍ଧ୍ରର ଆଚରଣ ଏକ ଆକ୍ରମଣ ନୁହେଁ କି ? ଏଭଳି ଆକ୍ରମଣର ସେ ଅଂଶୀଦାର ହେଲେ ଇତିହାସ ତାଙ୍କୁ କେବେ ବି କ୍ଷମା କରିବ ନାହିଁ ।

ଏପରି ଓଡ଼ିଶାର ଅସ୍ମିତା ଉପରେ ହେଉଥିବା ଆକ୍ରମଣରେ ନୀରବଦ୍ରଷ୍ଟା ସାଜିବା ମୌନେ ସମ୍ମତି ଲକ୍ଷଣମ୍ ବୋଲି ଧରିନିଆଯିବ କି ? ଯଦି ସତସାହସ ଓ ବିବେକ ବୋଲି କିଛି ଅଛି ତେବେ ରାଜ୍ୟ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଚୌକି ଲୋଭ ପରିତ୍ୟାଗ କରି ଏହି ପ୍ରସଙ୍ଗରେ ପ୍ରତିବାଦ ସୂଚକ ରାଜ୍ୟପାଳ ପଦରୁ ଇସ୍ତଫା ଦିଅନ୍ତୁ ଓ ଓଡ଼ିଆଙ୍କ ଯୁଦ୍ଧରେ ସାମିଲ ହୁଅନ୍ତୁ ବୋଲି ସଂଗଠନ ଦାବି କରିଛି।

ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗକୁ ବଳପୂର୍ବକ ଛଡ଼ାଇ ନେବାର ଘୃଣ୍ୟ ଉଦ୍ୟମ କରୁଥିବା ଆନ୍ଧ୍ର ସରକାର । ଓଡ଼ିଶା ଉପରେ ଆନ୍ଧ୍ରର ଏହି ଅବୈଧ ଦାଦାଗିରିକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ଆମ ଅଧିକାର ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀ ଆଗାମୀ ସପ୍ତାହରେ କୋଟିଆ ଅଞ୍ଚଳ ଗ୍ରସ୍ତ କରିବା ସହ ଏହାକୁ ରାଜ୍ୟସରକାରଙ୍କ ପାଖରେ ଉପସ୍ଥାପନ କରାଯିବ । ଏ ପ୍ରସଙ୍ଗରେ ରାଜ୍ୟ ତମାମ ଜନମତ ସୃଷ୍ଟି କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.