ETV Bharat / city

ଜୀବନ ଜୀବିକା ଅଧିକାର ପାଇଁ ରାଜରାସ୍ତାରେ ମିଳିତ ଧାରଣା

author img

By

Published : Sep 23, 2021, 4:02 PM IST

ଜୀବନ ଜୀବିକା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ରାଜରାସ୍ତାରେ କଂଗ୍ରେସ, CPI, CPIM ସମେତ 20ଟି ରାଜନୈତିକ ଦଳ କରିଛନ୍ତି ଆନ୍ଦୋଳନ । ଅଧିକ ପଢନ୍ତୁ...

ଜୀବନ ଜୀବିକା ଅଧିକାର ପାଇଁ ରାଜରାସ୍ତାରେ ମିଳିତ ଧାରଣା
ଜୀବନ ଜୀବିକା ଅଧିକାର ପାଇଁ ରାଜରାସ୍ତାରେ ମିଳିତ ଧାରଣା

ଭୁବନେଶ୍ବର: ଜୀବନ ଜୀବିକା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ରାଜରାସ୍ତାରେ ମିଳିତ ଧାରଣା ଦିଆଯାଇଛି । ରାଜ୍ୟରେ ଦେଖାଦେଇଥିବା ମରୁଡି଼ ଓ ବନ୍ୟା ପରିସ୍ଥିତି ମୁକାବିଲା ସହିତ ଅନେକ ସମସ୍ୟାକୁ ନେଇ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି । ଏହି ଆନ୍ଦୋଳନରେ ୨୦ଟି ଦଳ ସାମିଲ ହୋଇ କରିଛନ୍ତି ଆନ୍ଦୋଳନ ।

ପେଟ୍ରୋଲ ଡି଼ଜେଲ ଦର ବୃଦ୍ଧି, ମରୁଡ଼ି ଓ ବନ୍ୟା ପରିସ୍ଥିତି ମୁକାବିଲା ସମେତ ଟିକାଦାନ କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଟିକାଦାନ କରି ତୁରନ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଉ ବୋଲି ଏମାନେ ଦାବି କରିଛନ୍ତି । ଏଥିଲାଗି ଆଜି(ଗୁରୁବାର) ଭୁବନେଶ୍ବରରେ ଲୋୟର ପିଏମ୍ଜିରେ ଧାରଣାରେ ବସିଥିଲେ କଂଗ୍ରେସ ଓ ବାମ ଦଳ । ବିଜେପି ଓ ବିଜେଡି଼ ସରକାର ଵିରୋଧରେ କଂଗ୍ରେସ, CPI, CPIM ସମେତ 7ଟି ରାଜନୈତିକ ଦଳର ପ୍ରମୁଖ ନେତାମାନେ ଧାରଣା ଦେଇଥିବାବେଳେ 20ଟି ରାଜନୈତିକ ଦଳ ସାମିଲ ହୋଇଛନ୍ତି ।

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ଦଳ ଗୁଡ଼ିକର ନେତାମାନେ ଏକାଠି ଉଭୟ ସରକାର ବିରୋଧରେ ବର୍ଷିଛନ୍ତି । କଳା ଚାଷୀ ଆଇନ ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଭଳି 17 ଦଫା ଦାବିରେ ଧାରଣା ଦିଆଯାଉଛି । ଏହି ଦାବିଗୁଡ଼ିକ ପୂରଣ ନ ହେଲେ ଆସନ୍ତା 27 ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରାଯିବା ନେଇ ଦଳ କହିଛି । ସାରା ଦେଶରେ ମଧ୍ୟ ଆଜି ଏହି ଆନ୍ଦୋଳନ ହେଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.