ETV Bharat / city

ପାଠାଗାର କାହାର ? - state libraries

ପାଠାଗାର କେଉଁ ବିଭାଗ ଅଧିନରେ ରହିଛି । ଯାହାକୁ ନେଇ ବିଧାନସଭାରେ ହରଡଘଣାରେ ମନ୍ତ୍ରୀ । ଅଧିକ ପଢନ୍ତୁ...

all-the-state-libraries-are-under-which-department
ପାଠାଗାର କାହାର ?
author img

By

Published : Nov 28, 2019, 2:17 PM IST

ଭୁବନେଶ୍ବର: ବିଭିନ୍ନ ଜିଲ୍ଲାରେ ରହିଥିବା ପାଠାଗାର କେଉଁ ବିଭାଗ ଅଧିନରେ ରହିଛି? ଯଦିଓ ଏହା ସଂସ୍କୃତି ବିଭାଗ ଅଧିନରେ ଆସୁଛି, କିନ୍ତୁ ବିଧାନସଭାରେ ଚାଲିଥିବା ପ୍ରଶ୍ନକାଳରେ ଶାସକ ଓ ବିରୋଧୀ ବିଧାୟକ ଏନେଇ ପ୍ରଶ୍ନ କରିଥିଲେ । ସଂସ୍କୃତି ମନ୍ତ୍ରୀ ଏହାର ଉତ୍ତର ରଖିବା ବଦଳରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଏହି ଉତ୍ତର ରଖିଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପାଠାଗାର କାହାର ?

ପାଠାଗାର ଯଦି ସଂସ୍କୃତି ବିଭାଗ ଅଧିନରେ ଯାଉଛି, ତାହାଲେ କାହିଁକି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସଭ୍ୟ ।

ପୁରୀର ରଘୁନନ୍ଦନ ପାଠାଗାର ବ୍ରିଟିଶ ଅମଳରୁ ଏମାର ମଠରେ ରହିଆସିଛି । ଏହାକୁ ସୌନ୍ଦର୍ଯ୍ୟକରଣ ପାଇଁ କଣ କରାଯାଇଛି । ଏହାର ପୁସ୍ତକ ସବୁ କେଉଁଠି ଅଛି ? କେବେ ଏହି ପାଠାଗାର ତିଆରି ହେବ ? କେଉଁଠି ହେବ ? ଏଥିପାଇଁ କେତେ ଟଙ୍କା ଅନୁଦାନ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପାଠାଗାର କାହାର ? ସଂସ୍କୃତି ବିଭାଗର ନା ଲୋକସମ୍ପର୍କ ବିଭାଗର। ତାକୁ ନେଇ ବିଧାନସଭା ରେ ଦ୍ବନ୍ଦ। ପାଠାଗାର ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଖୁଥିବା ବେଳେ ଉଭୟ ଶାସକ ଓ ବିରୋଧୀ ସଭ୍ୟ ନିଜ ଅଂଚଳରେ ପାଠାଗାର ପ୍ରତିଷ୍ଠା ନେଇ ଉଠାଇ ଥିଲେ। ଏହା ଯଦି ସଂସ୍କୃତି ବିଭାଗ ଅଧୀନରେ ରହିଛି ତେବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ କାହିଁକି ଉତ୍ତର ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସଭ୍ୟ।
ପୁରୀର ରଘୁନନ୍ଦନ ପାଠାଗାର ବ୍ରିଟିଶ ଅମଳରୁ ଏମାର ମଠ ରେ ରହିଆସିଛି। ଏହାକୁ ସୌନ୍ଦର୍ଯ୍ୟକରଣ ପାଇଁ କଣ କରାଯାଇଛି। ଏହାର ପୁସ୍ତକ ସବୁ କେଉଁଠି ଅଛି। କେଵ ଏହି ପାଠାଗାର ତିଆରି ହେବ, କେଉଁଠି ହେବ। କେତେ ଟଙ୍କା ଅନୁଦାନ ଦିଆଯାଇଛି। ପ୍ରଶ୍ନ କରିଥିଲେ ଶାସକ ଦଳ ସଦସ୍ୟ ପ୍ରଦୀପ ମହାରଥୀ। ପାଠାଗାର ସମ୍ପର୍କରେ ପ୍ରଶ୍ନ ଆସିଲା ବେଳକୁ ମନ୍ତ୍ରୀ କହୁଛନ୍ତି ଏହାର ଉତ୍ତର ସଂସ୍କୃତି ବିଭାଗକୁ ପଚାର।Body:ବାଇଟ ରଘୁନନ୍ଦନ ଦାସ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ
ବାଇଟ ପ୍ରଦୀପ ମହାରଥୀ, ବିଜେଡି ବିଧାୟକ
ବାଇଟ ରମେଶ ସାଏ, ବିଜେଡି ବିଧାୟକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.