ETV Bharat / city

ଶନିବାର ଠୁ ସକାଳୁଆ ସ୍କୁଲ, ପାଣି ବୋତଲ-ଛତା ନେଇ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ - ଆସନ୍ତାକାଲି ସକାଳୁଆ ସ୍କୁଲ

ଆସନ୍ତାକାଲି (ଶନିବାର) ଠୁ ସକାଳୁଆ ସ୍କୁଲ । ପାଣି ବୋତଲ ଓ ଛତା ନେଇ ସ୍କୁଲକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷଙ୍କ ପରାମର୍ଶ। ଅଧିକ ପଢନ୍ତୁ

ଆସନ୍ତାକାଲି ସକାଳୁଆ ସ୍କୁଲ;ପାଣି ବଟଲ-ଛତା ନେଇ ସ୍କୁଲକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

author img

By

Published : Apr 1, 2022, 4:51 PM IST

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ଶନିବାର) ଠାରୁ ରାଜ୍ୟରେ ସକାଳୁଆ ହେବ ସ୍କୁଲ। ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସ୍କୁଲ ସମୟ ସକାଳ ୬ଟା ୩୦ ମିନିଟ୍‍ରୁ ୧୦ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ରହିଛି।

ଆସନ୍ତାକାଲି ସକାଳୁଆ ସ୍କୁଲ;ପାଣି ବଟଲ-ଛତା ନେଇ ସ୍କୁଲକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠପଢ଼ା ସମୟ ସକାଳ ୭ଟା ୩୦ ମିନିଟ୍‍ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ରଖାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ କହିଛନ୍ତି ଯେ କାଲି ଠାରୁ ଛାତ୍ରଛାତ୍ରୀଙ୍କ ସକାଳୁଆ କ୍ଳାସ ଆରମ୍ଭ ହେବାକୁ ଯାଉଛି। ସେହି ସମୟ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ସ୍କୁଲରେ ରହିବେ।

ସେନେଇ ସ୍କୁଲ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। କିଭଳି ଭାବରେ ପିଲାମାନେ ଆସିବେ । କେଉଁ ରୁମରେ ବସିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଖାଲି ସ୍କୁଲ ନିୟମ ଅନୁଯାୟୀ ଆସିଲେ ହବ ନାହିଁ ପିଲାମାନେ ମଧ୍ୟ କିଛି ନିୟମକୁ ଦୃଷ୍ଟିଦେବା ଆବଶ୍ୟକ। ଯେଭଳି ଭାବରେ ଖରା ବଢୁଥିବାରୁ ନିଜ ପାଖରେ ପାଣି ବୋତଲ ଏବଂ ଛତା ସ୍କୁଲକୁ ଆଣିବା ଆବଶ୍ୟକ। ସ୍କୁଲ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଓଆରଏସ ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.