ETV Bharat / city

ଆସନ୍ତା ମେ' 6ରୁ ଖରା ଛୁଟି - ଖରା ଛୁଟି

ବଢୁଥିବା ଖରାକୁ ନଜରରେ ରଖି ସ୍କୁଲ ଛୁଟି ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ମେ 6 ତାରିଖରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ । ଏଥିସହ ସହ ଏପ୍ରିଲ 6 ତାରିଖରୁ ସ୍କୁଲ ସକାଳୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 23, 2019, 6:13 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ମେ 6 ତାରିଖରୁ ଖରାଛୁଟି ଆରମ୍ଭ ହେବ।ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏପ୍ରିଲ 6 ତାରିଖରୁ ସକାଳ 6ଟା30ରୁ 10.30 ପର୍ଯ୍ୟନ୍ତ କରିବାକୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି ।

ଏଥିସହ ମାର୍ଚ୍ଚ 30 ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ହୋଇଥିବା ବିଭାଗ କହିଛି । ଏହାସହ 2019-20 ଶିକ୍ଷା ବର୍ଷ ଏପ୍ରିଲ 3ରୁ ଆରମ୍ଭ ହେବ। 2ରେ ସ୍କୁଲ ପ୍ରବେଶ ଉତ୍ସବ ଆୟୋଜିତ ହେବ ବୋଲି କୁହାଯାଇଛି । ଏପରିକି 11.30 ପରେ କୌଣସି ବି ସ୍କୁଲ ଖୋଲା ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ହୁହୁ ହୋଇ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.