ETV Bharat / city

Religious Places To Reopen: ରାଜଧାନୀରେ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

author img

By

Published : Feb 8, 2022, 4:58 PM IST

ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ବରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Religious Places To Reopen: ରାଜଧାନୀରେ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
Religious Places To Reopen: ରାଜଧାନୀରେ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ବର: ରାଜଧାନୀରେ ପୁଣି ଚଳଚଞ୍ଚଳ ହେବାକୁ ଯାଉଛି ମନ୍ଦିର ବେଢା । ଭକ୍ତଙ୍କୁ ପୁଣି ଦର୍ଶନ ଦେବେ ଦେବାଦେବୀ । ରାଜ୍ୟରେ କୋରୋନା ସଂକ୍ରମଣ କମିବା ପରେ ଆସନ୍ତା ୧୨ ତାରିଖ ଠାରୁ ରାଜଧାନୀରେ କୋଭିଡ଼ କଟକଣା ମଧ୍ୟରେ ଖୋଲିବ ଧର୍ମାନୁଷ୍ଠାନ । ଲିଙ୍ଗରାଜ ମନ୍ଦିରକୁ ଏକା ଥରକେ ୧୦୦ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

ପରିଚୟ ପତ୍ର ଦେଖାଇ ଦୁଇ ଡୋଜ ଭ୍ୟାକ୍ସିନ ନେଇଥିବା ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି । ଦର୍ଶନ ସମୟରେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ପାଇଁ ବାରଣ ହୋଇଛି । ସେହିପରି ଭଗବାନଙ୍କ ପାଖରେ ଭୋଗ ମଧ୍ୟ ଲଗାଇପାରିବେ ନାହିଁ ଭକ୍ତ । ୧୫ ବର୍ଷରୁ କମ୍ ବୟସର ଶିଶୁ ମନ୍ଦିର ପ୍ରବେଶ କରିପାରିବେ। ସେହିପରି ବରିଷ୍ଠ ନାଗରିକ ଓ ଗର୍ଭବତୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗିଛି । ୨୮ ଫେବୃଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ 1503 ପଜିଟିଭ ଚିହ୍ନଟ

ଅନ୍ୟପଟେ ଏକାଥରେ ଲିଙ୍ଗରାଜ ମନ୍ଦିରକୁ ୧୦୦ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ୨ଟି ଡୋଜ୍ ଭ୍ୟାକ୍ସିନ ନେଇଥିବା ମନ୍ଦିର ପୂଜକ ଓ ସେବାୟତ ହିଁ ମନ୍ଦିରରେ ରହିବେ । ଧର୍ମାନୁଷ୍ଠାନରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ । ଧର୍ମାନୁଷ୍ଠାନ ବାହାରେ ସାନିଟାଇଜର ରହିବା ବାଧ୍ୟମତାମୂଳକ । ସାମାନ୍ୟ କୋରୋନା ଲକ୍ଷଣ ଥିଲେ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.