ETV Bharat / city

ଆଜିଠୁ ରାଜ୍ୟରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ - ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ

ଦୀର୍ଘ 10 ମାସ ପରେ ଭକ୍ତ-ଭଗବାନ ମିଳନ ହୋଇଛି । ନିଜ ନିଜ ଭଗବାନଙ୍କ ଦର୍ଶନ ପାଇଁ ଭାବବିହ୍ବଳ ଶ୍ରଦ୍ଧାଳୁ । କୋରୋନା କଟକଣାରେ ଚାଲିଛି ଦର୍ଶନ । ଅଧିକ ପଢନ୍ଚୁ...

ରାଜ୍ୟରେ ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ
ରାଜ୍ୟରେ ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ
author img

By

Published : Jan 3, 2021, 2:18 PM IST

ଭୁବନେଶ୍ବର: ସବୁ ପ୍ରତୀକ୍ଷାର ହେଲା ଅନ୍ତ । ଖୋଲିଲା ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ । ପୁରୀ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ବାବା ଲିଙ୍ଗରାଜ ଦର୍ଶନ ପାଇଁ ରାଜଧାନୀବାସୀଙ୍କୁ ଅନୁମତି ଦିଆଯାଇଛି । ଲିଙ୍ଗରାଜ ମନ୍ଦିର ସମେତ ରାଜଧାନୀର ରାମ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ମଧ୍ୟ ଆଜି ଖୋଲିଛି । 10 ମାସ ପରେ ଭଗବାନଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଶ୍ରଦ୍ଧାଳୁମାନେ । ହିନ୍ଦୁମାନଙ୍କ ଧାର୍ମିକସ୍ଥଳୀ ସହିତ ଖ୍ରୀଷ୍ଟିୟାନ, ଶିଖ୍‌ ଓ ମୁସଲିମମାନଙ୍କ ଧାର୍ମିକ ସ୍ଥଳୀ ଯଥା ଗୀର୍ଜା, ଗିରିଦ୍ବାର ଓ ମସଜିଦ ମଧ୍ୟ ଖୋଲିଛି । ସମସ୍ତ ସ୍ଥାନରେ କୋରୋନା କଟକଣା ମାନି ନିଜ ଭଗବାନଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ରାଜ୍ୟରେ ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ

ସୂଚନାଯୋଗ୍ୟ, କୋରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚରେ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖାଯାଇଥିଲା । ରାଜ୍ୟରେ ସଂକ୍ରମଣ ପରେ ପ୍ରଥମେ ପୁରୀ ଶ୍ରୀମନ୍ଦିର ଖୋଲିଥିଲା । ଡିସେମ୍ବର 3 ତାରିଖରେ କେବଳ ସେବାୟତ ପରିବାରଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିଥିଲା । ପରେ 26 ତାରିଖରୁ ପର୍ଯ୍ୟାୟକ୍ରମେ ପୁରୀ ଜିଲ୍ଲାବାସୀ ଜଗା ଦର୍ଶନ କରିଥିଲେ । ଆଜି ଠାରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ପୁରୀ ମନ୍ଦିର ଖୋଲିବା ପରେ ଭୁବନେଶ୍ବର ସ୍ଥିତ ବାବା ଲିଙ୍ଗରାଜ ମନ୍ଦିରକୁ ଅନୁମତି ଦିଆଯାଇଥିଲା । ସେଠାରେ ମଧ୍ୟ ପ୍ରଥମେ ସେବାୟତ ପରିବାର ପରେ ଆଜି ଠାରୁ ରାଜଧାନୀବାସୀ ବାବାଙ୍କ ଦର୍ଶନ କରୁଛନ୍ତି । ତେବେ ପୁରୀ, ଭୁବନେଶ୍ବର ବ୍ୟତୀତ ସଂକ୍ରମଣ ଦେଖି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ମନ୍ଦିର ଖୋଲିବାକୁ ଅନୁମତି ଦେଇଥିଲେ ସରକାର ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.