ETV Bharat / city

Dhamnagar Bypoll: 4 କେନ୍ଦ୍ରୀୟ ଓ 23 ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ହେବେ ନିୟୋଜିତ - ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଧାମନଗର ଉପନିର୍ବାଚନ (Dhamnagar by poll) ନେଇ ରବିବାର ବସିଛି ସର୍ବଦଳୀୟ ବୈଠକ (All party meeting) । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

All Party meeting
All Party meeting
author img

By

Published : Oct 16, 2022, 7:56 AM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar by poll) ନେଇ ଶନିବାର ବସିଥିଲା ସର୍ବଦଳୀୟ ବୈଠକ (All party meeting) । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହୋଇଛି । ନିର୍ବାଚନରେ 4 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଓ 23 ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

4 କେନ୍ଦ୍ରୀୟ ଓ 23 ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ହେବେ ନିୟୋଜିତ

ଏହାବି ପଢନ୍ତୁ- Dhamnagar By-Poll: ବିଜେଡି ପାଇଁ ଥ୍ରେଟ୍ ହେବେ କି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ?

ଧାମନଗର ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ଶନିବାର ସର୍ବ ଦଳୀୟ ବୈଠକ ଡାକି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବା ନେଇ ଆଲୋଚନା କରିଛନ୍ତି ସିଇଓ । ଧାମନଗରରେ ମୋଟ 252ଟି ବୁଥ ଥିବାବେଳେ 126ଟି ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ସେହିପରି 107ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ 4 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଓ 23 ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ନିୟୋଜିତ ହେବେ । ଭୋଟିଂ ପାଇଁ 3 ତାରିଖ ସରକାରୀ ଛୁଟି ଘୋଷଣା ହୋଇଥିବାବେଳେ ଭୋଟିଂ ଓ ଗଣତି ଦିନ ନିର୍ବାଚନ ମଣ୍ଡଳୀରେ ବନ୍ଦ ରହିବ ମଦ ଦୋକାନ । ଦିବ୍ୟାଙ୍ଗଙ୍କ ଭୋଟରଙ୍କ ଲାଗି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ।

ଏହବି ପଢନ୍ତୁ- ରାଜ୍ୟ କ୍ୟାବିନେଟରେ 9 ପ୍ରସ୍ତାବକୁ ମୋହର, ଫୋକସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ

ବୈଠକରେ ବିଭିନ୍ନ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପୂର୍ବରୁ ଅନୁମୋଦନ ହୋଇଥିବା ପ୍ରକଳ୍ପ କାର୍ଯ୍ୟକୁ ବର୍ତ୍ତମାନ ତ୍ବରାନ୍ବିତ ନ କରି ନିର୍ବାଚନ ସରିବା ପର୍ଯ୍ୟନ୍ତ ବନ୍ଦ ରଖାଯାଉ ବୋଲି ବିଜେପି ଦାବି କରିଛି । ପୁରୁଣା କାମ ନାଁରେ କେଉଁଠି ମୋରମ ପଡୁଛି ତ ଆଉ କେଉଁଠି ଇଲେକ୍ଟ୍ରି ଖୁଣ୍ଟି ପଡୁଛି ବୋଲି ବିଜେପି କହିଛି । ଯାହା ଲୋକମତ ପ୍ରଭାବିତ ହେବା ସହ ଭୋଟ ମଧ୍ୟ ପ୍ରଭାବିତ ହେବ ବୋଲି ବିଜେପି ଆଶଙ୍କା କରିଛି । ସେହି କାର୍ଯ୍ୟ ସବୁ ବନ୍ଦ ନ ହୁଏ, ସିଇଓ ଅଫିସ ଆଗରେ ଧାରଣା ଦେବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେହିପରି କଂଗ୍ରେସ ଦାବି କରିଛି ଯେ, ନିର୍ବାଚନ ବେଳେ ପୋଲିସ ଜିପ ଓ ସୁରକ୍ଷାରେ ଟଙ୍କା ବଣ୍ଟା ଯାଉଛି ତାକୁ ବନ୍ଦ କରାଯାଉ । ଯେଉଁଠି ସବୁ ସମ୍ବେଦନଶୀଳ ବୁଥ ରହିଛି ସେଠି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଉ ବୋଲି କଂଗ୍ରେସ ଦାବି କରିଛି ।

ଏହାବି ପଢନ୍ତୁ- ଟ୍ରଲି ଭିଡ଼ି ଅଳିଆ ସଫା କରୁଛନ୍ତି ଯୁବ ସରପଞ୍ଚ, କେନ୍ଦ୍ର ସରକାର ଦେଲେ ପୁରସ୍କାର

ପ୍ରାୟ 2 ଲକ୍ଷ 40 ହଜାର ନିଜର ମତ ସାବ୍ୟସ୍ତ କରିବାକୁ ଥିବା ବେଳେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରେଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ସେପଟେ ନିର୍ବାଚନରେ ସହଯୋଗ କରିବେ ବୋଲି ରାଜନୈତିକ ଦଳ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.