ETV Bharat / city

ସର୍ବଦଳୀୟ ବୈଠକ ବିଫଳ, ଶାସକ ଚାପ ପ୍ରୟୋଗ କରୁଥିବା ବିରୋଧୀଙ୍କ ଅଭିଯୋଗ

author img

By

Published : Nov 21, 2019, 2:51 PM IST

ସରକାରଙ୍କ ଖାମଖିଆଲ ମନୋବୃତ୍ତିକୁ ସମାଲୋଚନା କରିଛନ୍ତି ବିରୋଧୀ । ଯାହାକୁ ନେଇ ଆଜି ପୂର୍ବାହ୍ନ ଅଧିବେଶନ ଚାଲିପାରି ନଥିଲା । ବାଚସ୍ପତିଙ୍କ ଦ୍ବାରା ସର୍ବଦଳୀୟ ବୈଠକ ଡକାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ତିନୋଟି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ସରକାରଙ୍କ ଖାମଖିଆଲ ମନୋବୃତ୍ତିକୁ ସମାଲୋଚନା କରିଥିଲେ । ଯାହାକୁ ନେଇ ଆଜି ପୂର୍ବାହ୍ନ ଅଧିବେଶନ ଚାଲିପାରିନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏହା ବିଫଳ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁଇଦିନ ଧରି କଂଗ୍ରେସ ପକ୍ଷରୁ ଚାଷୀ ଆନ୍ଦୋଳନ ଓ ବଲାଙ୍ଗୀର ବନ୍ଦକୁ ନେଇ ବିଧାନସଭାରେ ଆଲୋଚନା କରାଯାଇଥିଲା । ବଲାଙ୍ଗୀର ବାଇପାସ ପାଇଁ 2001ରୁ ଶୁଭ ଦିଆଯାଇଥିଲା । ଏଯାଏଁ କାମ ଆରମ୍ଭ ହୋଇନି । ଲୋୟର ସୁକତେଲ 20 ବର୍ଷ ହେଲା ଆରମ୍ଭ ହେଲାଣି ହେଲେ ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରିନି । ସେହିଭଳି ଟୋକନ ବ୍ୟବସ୍ଥା ଏବଂ ଧାନ ସଂଗ୍ରହ ପାଇଁ ସୀମା ନିର୍ଦ୍ଧାରଣକୁ ଉଚ୍ଛେଦ କରିବାକୁ କଂଗ୍ରେସ ଦାବି କରିଛି । ଏନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ସରକାରୀ ଦଳ ସମାଧାନ ନୁହଁ, ବିରୋଧୀଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଆଲୋଚନା ବିଫଳ ହେଲା ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ବିଜେପି ମଧ୍ୟ ଚାଷୀ ଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରକାର ସମାଧାନ ଚାହୁଁନାହାନ୍ତି ବୋଲି ଅଭିଯୋଗ କରିଛି । ତେବେ ସରକାରୀ ମୁଖ୍ୟ ସଚେତକ କହିଛନ୍ତି ଯେ, ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି । ସେ ଆଲୋଚନାରେ ବିଜେପି ଭାଗ ନେଇ ନଥିଲା । ଆସନ୍ତାକାଲି ଗୃହ ବିଭାଗ ଖର୍ଚ୍ଚଦାବୀ ଆଲୋଚନାରେ ଏହି ପ୍ରସଙ୍ଗକୁ ବିଜେପି ପୁଣି ଉପସ୍ଥାପିତ କରିପାରିବେ । ସେହିଭଳି ଚାଷୀ ଆନ୍ଦୋଳନର ସମାଧାନ ପାଇଁ ଜଣେ ମନ୍ତ୍ରୀ ଓ ଉପମୁଖ୍ୟ ସଚେତକଙ୍କୁ ଦାୟିତ୍ବ ଦିଆଯାଇଥିବା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Intro:Body:

d

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.