ଭୁବନେଶ୍ବର : ମହାନଗର ନିର୍ବାଚନରେ ହେବ ଏଥର ଜୋରଦାର ଲଢେଇ । ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକ୍ରିୟା ବା ନାମାଙ୍କନର ଆଜି 4ର୍ଥ ଦିନ। ଏହାରି ଭିତରେ ମୋଟ ୧୫ ଜଣ ମେୟର ପ୍ରାର୍ଥୀ ଓ ୫୮୧ ଜଣ କର୍ପୋରେଟର ଫର୍ମ ନେଇଛନ୍ତି।
ଆଉ ସେଥି ମଧ୍ୟରୁ ମାତ୍ର ୨୦ ଜଣ କର୍ପୋରେଟର ନାମାଙ୍କନ ଦାଖଲ କରିଥିବା ବେଳେ କେହି ଜଣେ ହେଲେବି ମେୟର ପାଇଁ ନାମାଙ୍କନ ଦାଖଲ କରିନାହାନ୍ତି । ଆଉ ଏହାରି ଭିତରେ ୬୭ ୱାର୍ଡର ଅନେକ କର୍ପୋରେଟର ଓ କେହିବି ମେୟର ଏବେବି ନାମାଙ୍କନ ଦାଖଲ କରିନାହାନ୍ତି ।
ଯଦିଓ କଂଗ୍ରେସ ମେୟର ପାଇଁ ଆଜି ନାମ ଘୋଷଣା କରିଛି। ଦଳର ଏଯାବତ କେହିବି କର୍ପୋରେଟର ପାଇଁ ନାମାଙ୍କନ ଦାଖଲ କରିନାହାନ୍ତି। ଏବେବି ପ୍ରାର୍ଥୀ ଚୟନକକୁ ନେଇ ଦଳ ମଧ୍ୟରେ ପତିଆରା ଜାରି ରହିଛି। ଆଉ ବିଧାୟକଙ୍କ ଘର ଆଗରେ ଅଶାୟୀଙ୍କ ଭିଡ ଲାଗିଛି । ମୋଟାମୋଟି ଭାବରେ କହିବାକୁ ଗଲେ ବିଜେଡିର ତିନି ବିଧାୟକଙ୍କ କ୍ୱାର୍ଟର ଓ ଘର ଆଗରେ ଭିଡ ଜମୁଛି । ତେବେ ପ୍ରାର୍ଥୀ ଚୟନକକୁ ନେଇ ବିଜେଡିର ଚିତ୍ର ସାମନାକୁ ଆସିନଥିବା ବେଳେ ବିଜେପି କହିଛି ପାଖାପାଖି ଆମର ୫୦ ଜଣଙ୍କ ନାମ ଚୟନ ସରିଯାଇଛି।
ଏହାବି ପଢନ୍ତୁ : Officer Assault Case: ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ଟୁଡୁ
ଆଉ ଗୋଟେ ଦିନ ଭିତରେ ବାକି ଚୟନ ଆସିଯିବ ବୋଲି କହିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ପ୍ରଭାବ ମହାନଗରରେ ପଡିବନାହିଁ । ଏଠି ଲଢେଇ ଜୋରଦାର ହେବ। ସେପଟେ 7 ତାରିଖରେ ଶେଷ ହେଉଛି ନାମାଙ୍କନ ପତ୍ର ଦାଖଲ ତାରିଖ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ