ETV Bharat / city

ଫେବୃଆରୀ ପହିଲାରୁ ଫୁଲ୍ ଦମରେ କାମ କରିବେ ସମସ୍ତ ସରକାରୀ କାର୍ଯ୍ୟାଳୟ - ଟ୍ବିନ ସିଟିର ସରକାରୀ କାର୍ଯ୍ୟାଳୟ

ଆସନ୍ତା ଫେବୃୟାରୀ ପହିଲାରୁ ଫୁଲ୍ ଦମରେ କାର୍ଯ୍ୟ କରିବେ ଟ୍ବିନ ସିଟିର ସମସ୍ତ ସରକାରୀ କାର୍ଯ୍ୟାଳୟ । ସାଧାରଣ ପ୍ରଶାସନ ଓ ଜନ ଶୁଣାଣି ବିଭାଗ ଦେଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଫେବୃୟାରୀ ପହିଲାରୁ ଫୁଲ୍ ଦମରେ କାର୍ଯ୍ୟ କରିବେ ସମସ୍ତ ସରକାରୀ କାର୍ଯ୍ୟାଳୟ

author img

By

Published : Jan 29, 2021, 10:13 PM IST

ଭୁବନେଶ୍ବର: ଏଣିକି ଫୁଲ୍ ଦମରେ କାର୍ଯ୍ୟ କରିବେ ଟ୍ବିନ ସିଟିର ସମସ୍ତ ସରକାରୀ କାର୍ଯ୍ୟାଳୟ । ଆସନ୍ତା ଫେବୃୟାରୀ ପହିଲାରୁ କଟକ ଓ ଭୁବନେଶ୍ବରର ସବୁ ସରକାରୀ କାର୍ଯ୍ୟାଳୟଗୁଡିକ ସମ୍ପୂର୍ଣ୍ଣ ଶକ୍ତି ସହ କାର୍ଯ୍ୟ କରିବେ । ଏନେଇ ସାଧାରଣ ପ୍ରଶାସନ ଓ ଜନ ଶୁଣାଣି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବରୁ ମହାମାରୀ ଯୋଗୁଁ ଏହି କାର୍ଯ୍ୟାଳୟଗୁଡିକ 50 ପ୍ରତିଶତ ଶକ୍ତି ସହ କାର୍ଯ୍ୟ କରୁଥିଲେ ।

ଏହାସହ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକ ଶନିବାର ଦିନ ବନ୍ଦ ରହିବ । ତେବେ ଯଦି ଶତ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତରେ କାର୍ଯ୍ୟ କରିବାକୁ ନେଇ ସାମାଜିତ ଦୂରତା ରକ୍ଷା କରିବାରେ ଅସୁବିଧା ହୁଏ, ତେବେ ବିଭାଗଗୁଡିକ କର୍ମଚାରୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିପାରିବେ । ତାହା ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟାଳୟ ତଥା କର୍ମଚାରୀମାନେ କୋରୋନା କଟକଣାକୁ କଡାକଡି ଭାବେ ପାଳନ କରି କାମ କରିବାକୁ ନିର୍ଦ୍ଦେଶ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.