ETV Bharat / city

MLAs Trip To Chilika: ଦିନିକିଆ ଚିଲିକା ଗସ୍ତରେ ସମସ୍ତ ବିଧାୟକ, ଦେଖିବେ ନୈସେନା ସମରାଭ୍ୟାସ - ବିଧାୟକଙ୍କୁ ନୌସେନାର ନିମନ୍ତ୍ରଣ

ଦିନିକିଆ ଚିଲିକା ଗସ୍ତରେ ବିଧାନସଭାର ସମସ୍ତ ବିଧାୟକ । ବୁଲିବେ କାଳିଜାଈ ମନ୍ଦିର, ଦେଖିବେ ନୌସେନା ସମରାଭ୍ୟାସ । ଅଧିକ ପଢନ୍ତୁ

ନୌସେନାଙ୍କଠୁ ମିଳିଲା ନିମନ୍ତ୍ରଣ, ଚିଲିକା ବୁଲିଲେ ସମସ୍ତ ବିଧାୟକ

author img

By

Published : Apr 15, 2022, 3:05 PM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ଚିଲିକା ବୁଲିବେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । ସେଠାରେ ମା' କାଳିଜାଈଙ୍କୁ ଦର୍ଶନ କରିବା ସହ ନୌସେନା ଦ୍ବାରା ଚିଲିକାରେ ସ୍ବତନ୍ତ୍ର ଭାବରେ ଅନୁଷ୍ଠିତ ହେବାକୁ ଥିବା ସମର ଅଭ୍ୟାସକୁ ଦେଖିବେ । ଏହାପରେ ସନ୍ଧ୍ୟା ସମୟରେ ପୁଣି ରାଜଧାନୀଙ୍କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।

ନୌସେନାଙ୍କଠୁ ମିଳିଲା ନିମନ୍ତ୍ରଣ, ଚିଲିକା ବୁଲିଲେ ସମସ୍ତ ବିଧାୟକ

ବିଧାନସଭାରୁ ବାହାରି ସ୍ବତନ୍ତ୍ର ବସ ଯୋଗେ ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ଚିଲିକା ବୁଲିବାକୁ ଯିବେ । ଏଥିଲାଗି ନୌସେନା ତଥା ନାଭାଲ ଅଧିକାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ନିମନ୍ତ୍ରଣ ରହିଛି । ତେବେ ସୂଚନା ଥାଉ କି ପୂର୍ବରୁ ମଧ୍ୟ ବିଧାୟକମାନେ ଏପରି ନିମନ୍ତ୍ରଣ ପାଇବା ପରେ ବୁଲିବାକୁ ଯାଇଥିବା ନଜିର ଅଛି । ଗତ ୨୦୨୦ ମସିହାରେ ବିଧାୟକମାନେ ପାରାଦ୍ବୀପ ବନ୍ଦରକୁ ଯାଇଥିଲେ । ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ଯାଇ ସେଠାରେ ହେଉଥିବା ସମର ଅଭ୍ୟାସକୁ ଦେଖିଥିଲେ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.