ETV Bharat / city

ସାଫ୍ ଚମ୍ପିଆନସିପ, ଆଜି ଭାରତ-ବାଂଲାଦେଶ ମ୍ୟାଚ ଦେଖିବେ ମନ୍ତ୍ରୀ-ବିଧାୟକ

author img

By

Published : Jul 27, 2022, 1:26 PM IST

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ସାଫ ଚମ୍ପିଆନସିପ ମୁକାବିଲା ଦେଖିବା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କ୍ରୀଡା ବିଭାଗ । ଅଧିକ ପଢନ୍ତୁ

ଆଜି ଭାରତ-ବାଂଲାଦେଶ ମ୍ୟାଚ ଦେଖିବେ ମନ୍ତ୍ରୀ-ବିଧାୟକ

ଭୁବନେଶ୍ବର: ଆଜି (ବୁଧବାର) କଳିଙ୍ଗ ଷ୍ଟାଡିୟମରେ ପୁରୁଷ 20 ବର୍ଷରୁ କମ ସାଉଥ ଏସିଆ ଫୁଟବଲ ଫେଡେରେସନ (ସାଫ୍) ଚମ୍ପିଆନସିପରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ଫୁଟବଲ ମ୍ୟାଚ ଦେଖିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କ୍ରୀଡା ବିଭାଗ । ମ୍ୟାଚ ଦେଖିବା ସହ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଭିତ୍ତିଭୂମି ମଧ୍ୟ ମନ୍ତ୍ରୀ ଓ ବିଧାୟକ ବୁଲି ଦେଖିବେ ।

ସ୍ଵତନ୍ତ୍ର ବସ ଯୋଗେ ବିଧାନସଭାରୁ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ସମସ୍ତେ ଯିବେ । ଅପରାହ୍ନ 1.30ରେ 4ଟି ବସରେ ଯିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ କ୍ରୀଡା ବିଭାଗ କରିଥିବା ନିମନ୍ତ୍ରଣ ନେଇ ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଭୁବନେଶ୍ବରରେ 24 ତାରିଖରୁ ସାଫ ଚମ୍ପିଆନସିପ ଆରମ୍ଭ ହୋଇଛି । ଆଜି ଭାରତ ତାର ପ୍ରଥମ ମ୍ୟାଚ ବାଂଲାଦେଶ ସହ ଖେଳିବ । ସୋମବାର ବାଂଲାଦେଶ ତାର ଶ୍ରୀଲଙ୍କାକୁ ଭେଟିଥିଲା ଏଥରେ 1-0 ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ବାଂଲାଦେଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.