ETV Bharat / city

ସ୍କୁଲରେ ସଂକ୍ରମଣ ରୋକିବା ପାଇଁ ସବୁ ପଦକ୍ଷେପ ନିଆଯାଇଛି: ଗଣଶିକ୍ଷା ମନ୍ତ୍ରୀ

author img

By

Published : Dec 4, 2021, 10:35 PM IST

ମହାମାରୀର ଭାରିଏଣ୍ଟ ଓମିକ୍ରନକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।

Mass Educations Ministers
Mass Educations Ministers

ଭୁବନେଶ୍ବର: ମହାମାରୀର ଭାରିଏଣ୍ଟ ଓମିକ୍ରନକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା (Schools and Mass Education Minister Sameer Das on Omicron) ।

ବିଦ୍ୟାଳୟ ଗୁଡିକରେ ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। କୋଭିଡ ଗାଇଡ ଲାଇନକୁ କଡାକଡି ପାଳନ ପାଇଁ ନିର୍ଦେଶ ଦିଆଯାଇଛି । ଗତ ୨ ମାସ ଭିତରେ ୧୦ ଟି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛି। ବିଭାଗୀୟ ସଚିବ ମଧ୍ୟ ପ୍ରତ୍ୟେକ ମାସରେ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି।

ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ସମନ୍ବୟରେ କାର୍ଯ୍ୟ ଜାରି ରହିଛି। ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ଗୁରୁତ୍ବ ଦିଆଯାଉଛି। ଯେଉଁ କେତେକ ଆବାସିକ ବିଦ୍ୟାଳୟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଠାରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେଇଛି।

ସ୍କୁଲରେ ସଂକ୍ରମଣ ରୋକିବା ପାଇଁ ସବୁ ପଦକ୍ଷେପ ନିଆଯାଇଛି: Mass Educations Ministers

ପିଲାଙ୍କ ଶିକ୍ଷା ଯେତିକି ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ମଧ୍ୟ ତା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଶା କରୁଛି ସଂକ୍ରମଣକୁ ନେଇ ସେଭଳି କୌଣସି ପରିସ୍ଥିତି ଉପୁଜିବ ନାହିଁ। ସ୍କୁଲ ବନ୍ଦ କରିବା ପ୍ରସଙ୍ଗରେ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ଗଣଶିକ୍ଷା ସମୀର ରଞ୍ଜନ ଦାସ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.