ଭୁବନେଶ୍ବର: ରାଜ୍ୟର ପାୱାର କରିଡର ଅର୍ଥାତ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ନେଇ ଜୋର ଧରିଲା ଦାବି । ଏପ୍ରିଲ 18 ତାରିଖରୁ କେବଳ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଛି । ରାଜ୍ୟ ସରକାର ଏହାର ପୁନଃର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ।
ସୁର କହିଛନ୍ତି ସାମ୍ବାଦିକ ମାନେ ବିଭିନ୍ନ ପରିସ୍ଥିତିରେ ରାଜ୍ୟର ବିକାଶ କ୍ଷେତ୍ରରେ ସେମାନଙ୍କ କର୍ତ୍ତବ୍ୟ ଅତୁଳନୀୟ। ସେମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରାନଯାଉ । ଦୀର୍ଘ 2 ବର୍ଷ ପରେ ଜନସାଧାରଣଙ୍କ ପାଇଁ ଲୋକସେବା ଭବନ ଖୋଲାଯାଇଛି । କେବଳ ସରକାରୀ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କୁ ପ୍ରବେଶ ଅନୁମତି ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ