ଭୁବନେଶ୍ବର: ରାଜଧାନୀର ରହିଛନ୍ତି ଏମିତି ଏକ ଯୋଦ୍ଧା। ଯାହଙ୍କ ପରିବାର ଲାଗିଛି କୋରୋନା ମୁକାବିଲାରେ । ସେ ହେଉଛନ୍ତି ରାଜଧାନୀରେ କର୍ତ୍ତବ୍ୟରତ ଫରେଷ୍ଟର ସୁଦିପ୍ତା ନାୟକ। ବୟସ ୩୧ ଓ ସୁଦୀପ୍ତା ଜଣେ ବିବାହିତ ମହିଳା। ତାଙ୍କ ସ୍ବାମୀ କୋଟପାଡ କୋରାପୁଟରେ ସିଏଚସି ମେଡିକାଲରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାମ କରନ୍ତି । ସ୍ବାମୀ ହିଂମାଶୁ ଶେଖର ନାୟକ କରୋନା ପାଇଁ ଏବେ ୨୪ ଘଣ୍ଟାରେ ନିୟୋଜିତ ରହିଛନ୍ତି।

ସେହିପରି ସୁଦିପ୍ତାଙ୍କ ଭଉଣୀ ସୁନିତା ନାୟକ ମଧ୍ୟ ଯୋଗାଣ ସହାୟକ ଭାବେ କୋରାପୁଟ କୋଟପାଡର ମୁର୍ତହାଣ୍ଡିରେ କାର୍ଯ୍ୟରତ। ସେହିପରି ସୁଦିପ୍ତାଙ୍କର ବାପା ଶିରିଷ କୁମାର ନାୟକ କୋଟପାଡ ବ୍ଲକର ଘୁମର ପଞ୍ଚାୟତର ଏକଜୁକେଟିଭ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ମା ଶୋଭାରାଣି ନାୟକ ଶୋରିଷ ପଦରେ ଅଙ୍ଗନବାଡିରେ କାର୍ଯ୍ୟ କରୁଛନ୍ତି ଏବଂ ସେ ଏବେ କରୋନା ଲଢେଇରେ ସୈନିକ ସାଜି ଲୋକଙ୍କ ସେବାରେ ଅଛନ୍ତି।

ତେବେ ସୁଦିପ୍ତା ବିଜ୍ଞାନରେ ସ୍ନାତକ କରିବା ପରେ ୨୦୧୨ରୁ ଫରେଷ୍ଟ ଡିପାର୍ଟମେଣ୍ଟରେ ଚାକିରି କରନ୍ତି। ସେ ଦିର୍ଘ ୧୧ ମାସ ହେବ ରାଜଧାନୀର ଘାଟିକିଆରେ ଥିବା ଫରେଷ୍ଟ ଟ୍ରେନିଂ ସ୍କୁଲରେ ନିଜର ୪୧ଜଣ ସହଯୋଗୀଙ୍କ ସହ ଟ୍ରେନିଂ ନେଉଥିଲେ। ତେବେ କରୋନା ପାଇଁ ନିର୍ଦେଶ ଆସିବାରୁ ସେ ଏବେ ପୋଲିସ ବାହିନୀ ସହ କାର୍ଯ୍ୟରତ ଅଛନ୍ତି ।



ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ