ETV Bharat / city

କୋର୍ଟ ସଂକ୍ରାନ୍ତୀୟ ସମସ୍ୟା ଥିବା ମହକିଲଙ୍କ ପାଇଁ ଖୁସି ଖବର, ସୋମବାର ଠୁ ଖୋଲିବ ସମସ୍ତ କୋର୍ଟ

ଆସନ୍ତାକାଲିଠୁ ଖୋଲିବ କୋର୍ଟ । ପୂର୍ବପରି ସ୍ବାଭାବିକ ହେବ ନ୍ୟାୟିକ ବ୍ୟବସ୍ଥା । ଅର୍ଥାତ୍ ଟ୍ରାଏଲ ଆରମ୍ଭ ହେବ । ସିଭିଲ କେସର ଶୁଣାଣୀ ଓ ଡିସପୁଟର କେସ ଫାଇଲ ହେବ । ଅଧିକ ପଢନ୍ତୁ...

author img

By

Published : Aug 23, 2020, 8:13 PM IST

କୋର୍ଟ ସଂକ୍ରାନ୍ତୀୟ ସମସ୍ୟା ଥିବା ମହକିଲଙ୍କ ପାଇଁ ଖୁସି ଖବର, ସୋମବାରଠୁ ଖୋଲିବ ସମସ୍ତ କୋର୍ଟ

ଭୁବନେଶ୍ବର: ଆସନ୍ତାକାଲି ଠୁ ଖୋଲିବ କୋର୍ଟ । ପୂର୍ବପରି ସ୍ବାଭାବିକ ହେବ ନ୍ୟାୟିକ ବ୍ୟବସ୍ଥା । ଅର୍ଥାତ୍ ଟ୍ରାଏଲ ଆରମ୍ଭ ହେବ । ସିଭିଲ କେସର ଶୁଣାଣୀ ଓ ଡିସପୁଟର କେସ ଫାଇଲ ହେବ । ତହସିଲ ଓ ସବରେଜିଷ୍ଟାର ସଂକ୍ରାନ୍ତୀୟ ମାମଲାଠୁ ଆରମ୍ଭ କରି ମିସ୍କାଲିନିୟସ ଓ ସେସନ କୋର୍ଟ ପର୍ଯ୍ୟନ୍ତ ରହିଥିବା କାମ ପୂର୍ବ ପରି କାର୍ଯକ୍ଷମ ହେବ ।

କୋରୋନା ପାଇଁ ଦୀର୍ଘ ୫ ମାସ ଧରି କୋର୍ଟ ସଟଡାଉନ ଓ ଲକଡାଉନ ସମୟରେ ବନ୍ଦ ରହିଥିଲା ଏବଂ କେବଳ ନିର୍ଦ୍ଦିଷ୍ଟ କାମ ପାଇଁ ଖୋଲା ରହିବା ଯୋଗୁଁ ଅନେକ ମାମଲା ବିଚାରଧୀନ ଠୁ ଆରମ୍ଭ କରି ଡିସପୁଟ ସିଭିଲ ମାମଲା ହିୟରିଂ ମଧ୍ୟ ବନ୍ଦ ରହିଥିଲା । ଯଦ୍ବାରା ନ୍ୟାୟିକ ବ୍ୟବସ୍ଥାରେ ନାହିଁ ନଥିବା ସମସ୍ୟା ହେଉଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମରେ ସୋମବାରଠୁ ସ୍ବାଭାବିକ ହେବ କୋର୍ଟ ପରିସର । ସକାଳ ସାଢେ 10ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ କୋର୍ଟ ଏବଂ ଜାରି ରହିବ ସମସ୍ତ କାର୍ଯ୍ୟ । ମହକିଲଠୁ ଆରମ୍ଭ କରି ଓକିଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଏକ ବଡ ଖୁସି ଖବର । ସମସ୍ତ କୋର୍ଟ କର୍ମଚାରୀଙ୍କୁ ଏନେଇ କୋର୍ଟରେ ଯୋଗ ଦେବାକୁ କୁହାଯାଇଛି ।

ତେବେ କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଓ ରବିବାର ସଟଡାଉନ ଯୋଗୁଁ ବନ୍ଦ ରହିବ ନଚେତ ବାକି ଦିନ ପୂର୍ବପରି ଚାଲୁ ରହିବ। ଅଧିକାଂଶ କେସ ଭିଡିଓ କନଫେରନ୍ସିଂ ବା ଭର୍ଚୁଆଲ ମୋଡରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ପ୍ରଡ୍ୟୁସ ପୂର୍ବରୁ ଭର୍ଚୁଆଲ ମୋଡରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ରହିଛି ।

ସେପଟେ କୋର୍ଟ ଖୋଲିବା ନିଷ୍ପତ୍ତିକୁ ନେଇ ବରିଷ୍ଠ ଓକିଲ ବନ ମହାନ୍ତି କହିଛନ୍ତି, ସରକାରଙ୍କୁ ଏହି ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ । ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରାଯିବ ଏବଂ ମାସ୍କ ପିନ୍ଧି ସମସ୍ତେ ଯୋଗଦେବେ । ଏହା ଦ୍ବାରା ରାଜ୍ୟର ପେଣ୍ଡିଂ ୨୦ ଲକ୍ଷ କେସର ତ୍ବରିତ ଫୈସଲା ସହ କେବଳ ଭୁବନେଶ୍ବର କୋର୍ଟରେ ଗତ 5 ମାସ ମଧ୍ୟରେ ବାକି ଥିବା ୧ଲକ୍ଷରୁ ଊର୍ଦ୍ଧ୍ବ କେସ ତ୍ବରିତ ପ୍ରକ୍ରିୟାରେ ଶୁଣାଣୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହା ସହ କୋର୍ଟ କାର୍ଯ୍ୟ ଜାରି ହେବା ଦ୍ବାରା ଓକିଲମାନଙ୍କର ମଧ୍ୟ ଆର୍ଥିକ ସମସ୍ୟା ଦୂର ହେବ । ଆଉ ଲୋକମାନେ ନ୍ୟାୟ ପାଇବାରୁ ବି ବଞ୍ଚିତ ହେବେନି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.