ଭୁବନେଶ୍ବର: ରାଜ୍ୟରେ ଆଜିଠୁ(ଗୁରୁବାର) ସମସ୍ତ ଅଟୋମୋବାଇଲ ସୋରୁମ ଖୋଲିବ । ଏନେଇ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ସହିତ ସବୁ ଗାଡି ବିକ୍ରି ସହିତ ନୂଆ ଗାଡିର ପଞ୍ଜୀକରଣ ନିମନ୍ତେ 'ବାହାନ' ପୋର୍ଟାଲ ଖୋଲିବାକୁ ପରିବହନ କମିସନରଙ୍କ ପକ୍ଷରୁ ପ୍ରତ୍ୟେକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି ।
ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିଲା । ଏହା ପରେ ସମସ୍ତ ଗାଡି ସୋ-ରୁମ ମଧ୍ୟ ବନ୍ଦ ରହିଥିଲା । ଗାଡି ପଞ୍ଜୀକରଣ ବନ୍ଦ ହେବାରୁ ଗାଡି କିଣାବିକା ବି ବାଧାପ୍ରାପ୍ତ ହୋଇଥିଲା । ରାଜ୍ୟରେ ଲକଡାଉନ କୋହଳ ହେବା ସହିତ ପୁଣି ଥରେ ଗାଡି ସୋ-ରୁମ ଖୋଲିବା ସହିତ ଗାଡି ବିକାକିଣାକୁ ଅନୁମତି ମିଳିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ