ଭୁବନେଶ୍ବର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଟି ଶୁଭ ଅନୁକୂଳର ମହାପର୍ବ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି । ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କଲେ ତାହା ସୁରୁଖୁରୁରେ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହି ଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ ।
ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହ ଜଡିତ ଏହି ଦିନଟି । ଓଡିଶା କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ପ୍ରତିଟି ଓଡିଆ ପାଇଁ ଏହା ଏକ ବଡ ପର୍ବ । ଏହି ଦିନଟିକୁ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ଆଜିଠୁ କୃଷିଭିତ୍ତିକ କାମର ଶୁଭାରମ୍ଭ ହୋଇଥାଏ । କୃଷିଭାଇ ଆଜିର ଦିନରୁ ଅଖିମୁଠି ଅନୁକୂଳ କରିଥାଏ । ଭଲ ଫସଲ ଅମଳର ଆଶା ରଖି କ୍ଷେତରେ ମହାଲକ୍ଷ୍ମୀ ଓ ଭୂମିଜାଙ୍କୁ ଆରାଧନା କରିଥାଏ ଚାଷୀ । ହଳ, ଲଙ୍ଗଳ ସହ ବିଭିନ୍ନ ଚାଷ ସାମଗ୍ରୀକୁ ପୂଜା କରିଥାଏ ।
ବିଶେଷ କରି ଏହି ଦିନକୁ ବେଶ୍ ଶୁଭ ମନାଯାଏ, ଏପରିକି ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ ତାହା ଅକ୍ଷୟ ହୋଇଥାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥାଯାତ୍ରା ପାଇଁ ରଥ ଅନୂକୁଳ ହୋଇଥାଏ । ଓଡିଶା ପରମ୍ପରାରେ ଏହି ଦିନଟର ମାହାତ୍ମା ରହିଛି । ଗୃହିଣୀମାନେ ସକାଳୁ ଘର ଲିପାପୋଛା କରିବାର ସହ ଚିତା ପକାଇ ସଜାଇ ଥାନ୍ତି । ଆଜି ଦିନଟିରେ ମହକି ଉଠେ ପୁର ପଲ୍ଲୀ ।
-
ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି। pic.twitter.com/YvhiEvtFPg
— Naveen Patnaik (@Naveen_Odisha) May 3, 2022 " class="align-text-top noRightClick twitterSection" data="
">ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି। pic.twitter.com/YvhiEvtFPg
— Naveen Patnaik (@Naveen_Odisha) May 3, 2022ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି। pic.twitter.com/YvhiEvtFPg
— Naveen Patnaik (@Naveen_Odisha) May 3, 2022
ଏହି ପବିତ୍ର ଦିନରେ ରାଜ୍ୟର ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷକମାନେ ଆମ ମେରୁଦଣ୍ଡ ଖାଦ୍ୟ ସୁରକ୍ଷା ଆଧାରର ମୁଖ୍ୟ ଆଧାର । ଚାଷୀମାନେ ଆମର ଗର୍ବ ଓ ଗୌରବ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରି କୃଷକ ଦିବସ ବା ପବିତ୍ର ଅକ୍ଷୟ ତୃତୀୟାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ