ETV Bharat / city

ବିଷ ବଳୟରେ ଷ୍ଟିଲସିଟି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଦିଲ୍ଲୀପ

author img

By

Published : Apr 5, 2021, 9:15 PM IST

ରାସ୍ତାଘାଟ ଧୂଳିମୟ । ଜୀବନ ଯାତ୍ରା ବେହାଲ ହେଲାଣି । ରାଉରକେଲା ଷ୍ଟିଲ ସିଟିର ସ୍ବାସ୍ଥ୍ୟ ସୁଧାରିବାକୁ ବ୍ୟବସ୍ଥା କରନ୍ତୁ । ଏ ନେଇ ସମ୍ବେଦନଶୀଳ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଅଧିକ ପଢନ୍ତୁ..

ବିଷ ବଳୟରେ ଷ୍ଟିଲସିଟି , ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଦିଲ୍ଲୀପ

ଭୁବନେଶ୍ବର: ବିଗୁ଼ଡୁଛି ଷ୍ଟିଲ ସିଟି ସ୍ବାସ୍ଥ୍ୟ । ବିଭିନ୍ନ କାରଣ ଯୋଗୁଁ ପ୍ରଦୂଷଣ ଚାଦରରେ ଘୋଡେଇ ହେଲାଣି ରାଉରକେଲା । ଧୂଳି ପ୍ରଦୂଷଣର ସ୍ତର ଡେଞ୍ଜର ଲେବୁଲକୁ ଛୁଇଁଲାଣି । ଅସ୍ବାଭାବିକ ଧୂଳି ପ୍ରଦୂଷଣ ବଢିଯାଇଛି । ଆଉ ଏହାର ପ୍ରଭାବରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି । ତୁରନ୍ତ ହସ୍ତକ୍ଷେପ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ।

‘‘ରାଉରକେଲା ରାସ୍ତାଘାଟ ଧୂଳିମୟ । ଜୀବନ ଯାତ୍ରା ବେହାଲ ହେଲାଣି । ଘର ଓ ବାହାରେ ନିଶ୍ବାସ ନେବାରେ ସମସ୍ୟା ହେଉଛି । ଜୀବନ ଦୁର୍ବିଶଃ ହୋଇପଡିଛି । ଧୂଳି ପ୍ରଦୂଷଣ ସ୍ତର ପାରା ଟପିଲାଣି । ଏଭଳି ରହିଛି ରାଉଲକେଲା ଷ୍ଟିଲ ସିଟିର ବାସ୍ତବ ଅବସ୍ଥା । ତେଣୁ ଆପଣ ଏଥିରେ ହସ୍ତକ୍ଷେପ କରନ୍ତୁ । ରାଉଲକେଲା ଷ୍ଟିଲ ସିଟିର ସ୍ବାସ୍ଥ୍ୟ ସୁଧାରିବାକୁ ବ୍ୟବସ୍ଥା କରନ୍ତୁ । ’’ଏ ପରି ସମ୍ବେଦନଶୀଳ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ରାଉଲକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଦିଲ୍ଲୀପ ।

ଯଦିଓ, ଅତୀତରେ ଜିଲ୍ଲା ପ୍ରଶାସନ ଓ ମହାନଗର ଦ୍ବାରା ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ଯାହାକି କିଛି ସମୟ ଲାଗି ଏହା ଆଶ୍ବସ୍ତି ଦେଇଛି । ​​କିନ୍ତୁ ଏହି ସମସ୍ୟା ସ୍ଥାୟୀ ସମାଧାନଠାରୁ ବହୁତ ଦୂରରେ ରହିଛି । ସହରରେ ଧୂଳି ପ୍ରଦୂଷଣର ଏହି ଚିନ୍ତାଜନକ ଧାରା ପାଇଁ ଅନେକ କାରଣ ରହିଛି । କିନ୍ତୁ ପ୍ରମୁଖ କାରଣ ହେଉଛି, ପୁର୍ତ୍ତ ବିଭାଗ ଓ ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ଶିଥଳତା ।

ସହରର ଉନ୍ନତି ଲାଗି ବିକାଶମୂଳକ କାର୍ଯ୍ୟଗୁଡ଼ିକ ଆବଶ୍ୟକତା ରହିଛି । କିନ୍ତୁ ଏହିପରି କାର୍ଯ୍ୟ ବିଳମ୍ବିତ ଯୋଗୁଁ ଜନସାଧାରଣ ସମସ୍ୟା ବଢୁଛି । ପାନପୋଶ-କାଚେରୀ ରୋଡରେ ମଧ୍ୟରେ କଚ୍ଛପ ଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଉଦାହରଣ ଭାବେ ଦେଇଛନ୍ତି ଦିଲ୍ଲୀପ । ତେଣୁ, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ଦିଲ୍ଲୀପ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନକୁ ଯଥାଶୀଘ୍ର ଏ ବାବଦରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀପ । ସଂପୃକ୍ତ ବିଭାଗ ଗୁଡିକ ସମନ୍ବୟ ରକ୍ଷା କରି ଚାଲିଥିବା ପ୍ରକଳ୍ପର ତ୍ବରିତ କାର୍ଯ୍ୟକାରିତାକୁ ନିଶ୍ଚିତ କରିବାକୁ ଦିଲ୍ଲୀପ ଅନୁରୋଧ କରିଛନ୍ତି । କାର୍ଯ୍ୟ ନିର୍ବାହକାରୀ ସଂସ୍ଥାଗୁଡ଼ିକ ପ୍ରତି 30-45 ମିନିଟରେ ପାଣି ଛିଞ୍ଚିବା ଲାଗି ନିର୍ଦ୍ଦେଶ ଦେବାକୁ ଦିଲ୍ଲୀପ ଅନୁରୋଧ କରିଛନ୍ତି ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.