ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜରୁରୀ ଅବତରଣ । ଏୟାରଏସିଆ ବିମାନ ରାଞ୍ଚିରୁ ଚେନ୍ନାଇ ଯାଉଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ । ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଜରୁରୀ ଅବତରଣ କରିଛି ବିମାନ ।
ଅସୁସ୍ଥ ଯାତ୍ରୀଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯାତ୍ରୀଙ୍କ ନାମ ବସନ୍ତ କୁମାର ପାସ୍ୱାନ । ବୟସ 40 ବୋଲି ଜଣାପଡିଛି । ଅସୁସ୍ଥ ଯାତ୍ରୀଙ୍କ ସହ 3 ଜଣ ପରିବାର ସଦସ୍ୟ ଅଛନ୍ତି ।
ତେବେ IAD 1531 A320 ଏୟାରଏସିଆ ଆଜି(ରବିବାର) ସନ୍ଧ୍ୟା 7 ଟା 26 ରେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ