ଭୁବନେଶ୍ବର: ୟୁନାଇଟେଡ ଆରବ ଏମିରେଟସ୍ରୁ ୨୧୫ ପ୍ରବାସୀ ଆସି ଓଡିଶାରେ ପହଞ୍ଚିଛନ୍ତି । ଏୟାର ଆରବିଆ ର G9-645 ବିମାନ ଯୋଗେଁ ସାରଜାହାରୁ ଆସିଥିବା ଏହି ପ୍ରବାସୀମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
ପ୍ରବାସୀମାନେ ଦିନ ୨ଟା ୭ରେ ପହଞ୍ଚିବା ପରେ ପୁଣି ବିମାନଟି ୩ଟା ୮ରେ ଉଡାଣ ଭରି ପ୍ରତ୍ୟାବର୍ତ୍ତନ କରିଛି । ତେବେ ସବୁଠୁ ବଡ କଥା ହେଉଛି, ଏହି ଫ୍ଲାଇଟରେ ପାଇଲଟ ଥିବା ଓଡିଆ ଝିଅ ମଧୁସ୍ମିତା ପଟ୍ଟନାୟକଙ୍କୁ ନେଇ ପ୍ରବାସୀମାନେ ବେଶ ପ୍ରଶଂସା କରିଛନ୍ତି ।
ତେବେ ଭୁବନେଶ୍ବରରେ ପହଞ୍ଚିବା ପରେ ସମସ୍ତ ପ୍ରବାସୀ ସାମାଜିକ ଦୂରତା ସହ ସାନିଟାଇଜ ହୋଇ ବିମାନବନ୍ଦରକୁ ପ୍ରବେଶ କରିଛନ୍ତି । ବନ୍ଦେ ଭାରତ ମିଶନରେ ଏହା ଥିଲା ୧୩ ତମ ବିମାନ, ଯେଉଁଥିରେ ଆରବ ଦେଶରୁ ୨୧୫ ଜଣ ପ୍ରବାସୀ ନିଜ ଦେଶକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଛୋଟ ପିଲା ଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ