ଭୁବନେଶ୍ବର: ଜୁନ 28 ତାରିଖରୁ ଖୋଲିବ ଏମ୍ସର ଓପିଡି । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଏମ୍ସର ଓପିଡିକୁ ଅସ୍ଥାୟୀ ଭାବେ ବନ୍ଦ ରଖା ଯାଇଥିଲା । ତେବେ ବର୍ତ୍ତମାନ କୋରୋନା ଭାଇରସ ସଂକ୍ରମଣ ହ୍ରାସ ପାଉଥିବାରୁ 28 ତାରିଖରୁ ପୁଣି ଚାଲୁ କରାଯିବାକୁ ନିଷ୍ପତ୍ତି ହୋଇଛି ।
ଗତ କିଛି ଦିନ ହେଲା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଦୁଇ ମାସ ପୂର୍ବରେ ରାଜ୍ୟରେ ହୁ ହୁ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା । ଏଥିପାଇଁ ଏପ୍ରିଲ 26 ତାରିଖରୁ ଏମ୍ସରେ ଓପିଡି ବନ୍ଦ କରାଯାଇଥିଲା ।
8 ତାରିଖରୁ ପୁଣି ଓପିଡି ଚାଲୁ କରିବାକୁ ଏମ୍ସ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଓପିଡି ପାଇଁ ଅଳ୍ପ ରୋଗୀଙ୍କୁ ଅନୁମତି ଦିଆଯିବ । କିନ୍ତୁ ପରବର୍ତ୍ତୀ ସମୟରେ ଧୀରେ ଧୀରେ ଏହି ସଂଖ୍ୟାକୁ ବୃଦ୍ଧି କରାଯିବ ।
ସେପଟେ ପୂର୍ବ ଭଳି ଟେଲି ମେଡିସିନ ଓ ଏମ୍ସର ସ୍ୱାସ୍ଥ୍ୟ ଆପ୍ ସୁବିଧା ଚାଲୁ ରହିବ । ଏହାକୁ ନେଇ ଏମ୍ସର ଅଧୀକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଦୈନିକ ସଂକ୍ରମଣ । ଆଜି (ଗୁରୁବାର) ରାଜ୍ୟରେ 3650 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ