ଭୁବନେଶ୍ବର: କୋରୋନା ମହାମାରୀ ପାଇଁ ଏମ୍ସରେ ଓପିଡ଼ି ବନ୍ଦ ରହିଥିଲା । ଏବେ ଆସନ୍ତା ନଭେମ୍ବର ମାସ 2 ତାରିଖରୁ ପୁନଃସେବା ଆରମ୍ଭ କରାଯିବ । ଯାହା ଏକ ସପ୍ତାହରେ ପ୍ରତି ବିଭାଗରେ 30 ଜଣ ରୋଗୀଙ୍କ ପାଇଁ ସୀମିତ ରଖାଯିବ ।
କୋଭିଡ ମହାମାରୀ ପାଇଁ ଗତ ଜୁଲାଇ 10 ତାରିଖରୁ ବନ୍ଦ ରହିଥିଲା ଏମ୍ସର ଓପିଡ଼ି । ତେବେ ଏମ୍ସରେ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର 2 ତାରିଖରେ ଓପିଡ଼ି ସେବା ପୁନର୍ବାର ଆରମ୍ଭ କରାଯିବା ନିଷ୍ପତ୍ତି ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
ଆରମ୍ଭରୁ କୋରୋନା କଟକଣାକୁ ଦୃଷ୍ଟିରେ ରଖି ଏକ ସପ୍ତାହରେ 30 ରୋଗୀଙ୍କ ପାଇଁ ପଞ୍ଜିକରଣ ସଂଖ୍ୟା ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ସୀମିତ ରହିବ । ତେବେ ନଭେମ୍ବର 9 ତାରିଖରୁ ଏହାକୁ ପ୍ରତି ବିଭାଗରୁ ଦୈନିକ 50 ରୋଗୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯିବ । ଏହାର ପରବର୍ତ୍ତୀ ସମୟରେ ବୃଦ୍ଧି କରାଯିବ ବୋଲି ଏମ୍ସର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ