ETV Bharat / city

AIIMSରେ ସ୍ବତନ୍ତ୍ର ଡେ କେୟାର ଏବଂ OPD ସେବା ଆରମ୍ଭ - AIIMS ଭୁବନେଶ୍ବର

AIIMSର ଅଙ୍କୋଲୋଜି ବିଭାଗରେ ସ୍ବତନ୍ତ୍ର ଡେ କେୟାର ଏବଂ OPD ସେବା ଉଦଘାଟନ କଲେ ପ୍ରଫେସର ମୁକେଶ ତ୍ରିପାଠୀ । ଡେ କେୟାର୍‌ ସେବା ସବୁଦିନ ଜାରି ରହିବା ସହିତ କେବଳ ମଙ୍ଗଳବାର ଓ ଗୁରୁବାର ଦିନ ପ୍ରଦାନ କରାଯିବ ଏହି ଓପିଡି଼ ସେବା । ଅଧିକ ପଢ଼ନ୍ତୁ

AIIMSରେ ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି଼ ସେବା ଆରମ୍ଭ

author img

By

Published : May 24, 2022, 6:47 AM IST

ଭୁବନେଶ୍ବର: AIIMSର ଅଙ୍କୋଲୋଜି ବିଭାଗରେ ସ୍ବତନ୍ତ୍ର ଡେ କେୟାର ଏବଂ OPD ସେବା ଆରମ୍ଭ ହୋଇଛି । ଡେ କେୟାର୍‌ ସେବା ସବୁଦିନ ଜାରି ରହିବା ସହିତ କେବଳ ମଙ୍ଗଳବାର ଓ ଗୁରୁବାର ଦିନ ଏହି ଓପିଡି଼ ସେବା ପ୍ରଦାନ କରାଯିବ । କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ପରେ ସରକାରୀ କ୍ଷେତ୍ରରେ ରାଜ୍ୟର AIIMSରେ ରହିଛି ପ୍ରଥମ ମେଡିକାଲ୍ ଅଙ୍କୋଲୋଜି ୟୁନିଟ୍ । AIIMSର ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ହସ୍‌ପିଟାଲର ଜି ବ୍ଲକରେ ଅଙ୍କୋଲୋଜି ବିଭାଗର ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି଼ ସେବାକୁ ଉଦଘାଟନ କରିଛନ୍ତି ।

AIIMSରେ ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି଼ ସେବା ଆରମ୍ଭ
AIIMSରେ ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି଼ ସେବା ଆରମ୍ଭ

ଏହି ଅବସରରେ ଡଃ.ସୌରଭ କୁମାର ମିଶ୍ର ଏବଂ ଡଃ.ଇଲାଭାରାସୀ ଭାନିଡାସାନେ ନୂତନ ଭାବେ ଯୋଗଦେଇ ମେଡିକାଲ୍ ଅଙ୍କୋଲୋଜି ସେବା ଆରମ୍ଭ କରିଛନ୍ତି । କର୍କଟ ରୋଗୀଙ୍କୁ କେମୋଥେରାପି ସେବା ପ୍ରଦାନ କ୍ଷେତ୍ରରେ AIIMSର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଏଠାରେ ଅଧିକ ଉତ୍ସାହ ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶକ ଡକ୍ଟର ତ୍ରିପାଠୀ କହିଛନ୍ତି । AIIMSରେ ପୂର୍ବରୁ ଅଙ୍କୋଲୋଜି ବିଭାଗ ହେମାଟୋଲୋଜି ବିଭାଗ ସହିତ ଏକକାଳୀନ ଓପିଡି଼ ଏବଂ ଡେ କେୟାର ସେବା ପ୍ରଦାନ କରୁଥିଲା ।

ତେବେ ବର୍ତ୍ତମାନ ଏହି ବିଭାଗକୁ ଆସୁଥିବା କର୍କଟ ରୋଗୀମାନେ ଆଉ ଲମ୍ବା ସମୟ ପାଇଁ ଅପେକ୍ଷା ନ କରି ସିଧାସଳଖ ଜି ବ୍ଲକରେ ପଞ୍ଜୀକରଣ କରିପାରିବେ । ଡେ କେୟାର୍‌ ସେବା ସପ୍ତାହର ସବୁଦିନ ଜାରି ରହିବା ସହିତ ମେଡିକାଲ୍‌ ଅଙ୍କୋଲୋଜି ସେବା ସପ୍ତାହର ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.