ଭୁବନେଶ୍ବର : ଏମ୍ସ ଓପିଡି ସେବା ବନ୍ଦ ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାର ପରେ ସ୍ପଷ୍ଟୀକରଣ ରଖିଲେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା । ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ସମ୍ପୁର୍ଣ୍ଣ ମିଛ ।
ଓପିଡି ବନ୍ଦ କରାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ସମସ୍ତ ସେବା ପ୍ରଦାନ କରାଯାଉଛି। ବନ୍ଦ ହେବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବୁଲୁଥିବା ନୋଟିସ ଏମ୍ସ ପକ୍ଷରୁ ଜାରି ହୋଇନଥିବା ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ