ETV Bharat / city

ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

author img

By

Published : May 12, 2022, 10:16 PM IST

ଏମ୍ସ ଭୁବନେଶ୍ବରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ହୋଇଛି । ଏମ୍ସ ଭୁବନେଶ୍ବର କଲେଜ ଅଫ୍ ନର୍ସିଂ ଏବଂ “ଷ୍ଟୁଡେଣ୍ଟସ୍ ନର୍ସ ଆସୋସିଏସନ୍” ପକ୍ଷରୁ କଲେଜର ମିନି ଅଡିଟୋରିୟମରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ
ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

ଭୁବନେଶ୍ବର: ଏମ୍ସ ଭୁବନେଶ୍ବରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ହୋଇଛି । ଏମ୍ସ ଭୁବନେଶ୍ବର କଲେଜ ଅଫ୍ ନର୍ସିଂ ଏବଂ “ଷ୍ଟୁଡେଣ୍ଟସ୍ ନର୍ସ ଆସୋସିଏସନ୍” ପକ୍ଷରୁ କଲେଜର ମିନି ଅଡିଟୋରିୟମରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ବର ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିଥିଲେ ।

ବର୍ତ୍ତମାନ ଏବଂ ଭବିଷ୍ୟତରେ ଯେକୌଣସି ମହାମାରୀର ମୁକାବିଲା ପାଇଁ ନର୍ସିଂ ଶିକ୍ଷା, ଦକ୍ଷତା ତାଲିମ ଏବଂ ନେତୃତ୍ବ ପ୍ରଶିକ୍ଷଣରେ ବିନିଯୋଗ କରିବାକୁ ଅଧିକ ଧ୍ୟାନ ଦେବାକୁ ପଡିବ । ନର୍ସିଂ ଶିକ୍ଷାରେ ପ୍ରବେଶ ଏବଂ ବୃତ୍ତିଗତ ବିକାଶ ପାଇଁ ନର୍ସିଂ ଶିକ୍ଷା ପ୍ରସଙ୍ଗରେ ହୋଇଥିଲା ଆଲୋଚନା । ନର୍ସ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ଅଧୀକ୍ଷକ ଡ. ଏସଏନ ମହାନ୍ତି ପୁରସ୍କାର ବିତରଣ କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.