ETV Bharat / city

AICC President Election: ଦଳରେ ଉଦୟପୁର ପ୍ରସ୍ତାବ କାର୍ଯ୍ୟକାରୀ କରିବି: ଖଡଗେ

author img

By

Published : Oct 14, 2022, 10:57 PM IST

ଉଦୟପୁର ଚିନ୍ତନ ଶିବିର ଘୋଷଣା ହିଁ ମୋ ଇସ୍ତାହାର । ଦଳରେ 50 ବର୍ଷରୁ କମ ଯୁବକଙ୍କୁ ସୁଯୋଗ ମିଳିବ । ବ୍ୟକ୍ତିଗତ ସ୍ବାର୍ଥ ଛାଡି ଦେଶ ଓ ଦଳ କଥା ଚିନ୍ତା କରି ସଭାପତି ନିର୍ବାଚନ ଲଢେଇ କରୁଛି । ନିଜ ପାଇଁ ସମର୍ଥନ ମାଗିବା ଅବସରରେ ଆଜି ଭୁବନେଶ୍ବର ଆସି ଏହା କହିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପ୍ରାର୍ଥି ମଲ୍ଲିକାର୍ଜୁନ ଖଡଗେ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଉଦୟପୁର ଚିନ୍ତନ ଶିବିର ଘୋଷଣା ହିଁ ମୋ ଇସ୍ତାହାର । ଦଳରେ 50 ବର୍ଷରୁ କମ ଯୁବକଙ୍କୁ ସୁଯୋଗ ମିଳିବ । ବ୍ୟକ୍ତିଗତ ସ୍ବାର୍ଥ ଛାଡି ଦେଶ ଓ ଦଳ କଥା ଚିନ୍ତା କରି ସଭାପତି ନିର୍ବାଚନ ଲଢେଇ କରୁଛି । ନିଜ ପାଇଁ ସମର୍ଥନ ମାଗିବା ଅବସରରେ ଆଜି ଭୁବନେଶ୍ବର ଆସି ଏହା କହିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପ୍ରାର୍ଥି ମଲ୍ଲିକାର୍ଜୁନ ଖଡଗେ ।

ଖଡଗେ କହିଛନ୍ତି, 4 ମାସ ତଳେ ଉଦୟପୁରରେ ଯେଉଁ ସବୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ତାହା କାର୍ଯ୍ୟକାରୀ କରିବା ମୋର ଏଜେଣ୍ଡା । ଓଡିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଖଡଗେଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଗୌରବ ବଲ୍ଲଭ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ପ୍ରଥମେ ଖଡଗେଙ୍କର ଦୀର୍ଘ ରାଜନୈତିକ ଜୀବନ, କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ରାଜନୀତି କ୍ଷେତ୍ରରେ ବିଶାଳ ଅଭିଜ୍ଞତା ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ । ବଲ୍ଲଭ ସୂଚନା ଦେଇଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ସେ କଂଗ୍ରେସ ଦଳରେ ସକ୍ରୀୟ ଭାବେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଆସୁଛନ୍ତି । ଶୃଙ୍ଖଳା ଓ ନିଷ୍ଠାର ସହ ଦଳର ସେବା କରିଆସୁଛନ୍ତି ।

ଖଡ଼ଗେ କହିଥିଲେ ଯେ ସେ ଦୀର୍ଘ ୫୫ ବର୍ଷଧରି ନିଷ୍ଠା ଓ ଶୃଙ୍ଖଳା ସହ ଉତ୍ସର୍ଗୀକୃତ ଭାବେ ଦଳରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଇସ୍ତାହାର ସଂପର୍କରେ ସୂଚନା ଦେଇ କହିଲେ ଯେ ତାଙ୍କର କିଛି ନୂତନ ଇସ୍ତାହାର ନାହିଁ । ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟି ର ଘୋଷଣା ହିଁ ତାଙ୍କର ଇସ୍ତାହାର । ସେହି ଘୋଷଣା ନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ । ତାଙ୍କର ଆଗାମୀ ସଂଗ୍ରାମ ସଂପର୍କରେ ଏକ ଝଲକ ଦେଇ କହିଲେ ଯେ ଆମକୁ ଦେଶକୁ ରସାତଳଗାମୀ କରୁଥିବା ମୋଦି ସରକାର ବିରୁଦ୍ଧରେ ଆନ୍ଦୋଳନ କରିବାକୁ ହେବ । ଦରଦାମ ବୃଦ୍ଧି, ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଦେଶରେ ହିଂସା, ଇର୍ଷା ଓ ଭେଦଭାବ ସୃଷ୍ଟି କରୁଥିବା ମୋଦି, ବିଜେପି ଓ ଆରଏସଏସକୁ ମୁକାବିଲା କରି ଦେଶରେ ଅଖଣ୍ଡତା, ଭାତୃଭାବ, ଶାନ୍ତି, ପ୍ରିତି ଓ ମୈତ୍ରି ବଜାୟ ରଖିବା ହେଉଛି ଆମର କର୍ତବ୍ୟ । ଗଣତନ୍ତ୍ର ଏବଂ ସଂବିଧାନ ଏବେ ବିପଦଗ୍ରସ୍ତ । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ମୋଦି ସରକାରଙ୍କ ଦ୍ୱାରା କବଳିତ । ମୋଦି ସରକାର ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି । କଂଗ୍ରେସର ନିର୍ବାଚିତ ସରକାର ଯଥା କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦିକୁ ସରକାରୀ କଳର ଅପବ୍ୟବହାର ଓ ଅର୍ଥବଳ ପ୍ରୟୋଗ କରି ମୋଦି ସରକାର ଭାଙ୍ଗି ଦେଇଛନ୍ତି । ଗୋଆ ଓ ମଣିପୁରରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅବମାନନା କରିଛନ୍ତି । ସାରା ଦେଶରେ ଯେଉଁମାନେ ଅଣବିଜେପି ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୀତସ୍ତତ କରାଉଛନ୍ତି । ବିଧାୟକ କିଣି ସରକାର ଗଢ଼ିବା ଏବଂ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋଦି ସରକାର ଓ ବିଜେପିର ପ୍ରଧାନ ଲକ୍ଷ୍ୟ ।

ଦେଶର ସଂପତି ଯାହାକି ଦୀର୍ଘ ଅର୍ଦ୍ଧଶତାବ୍ଦି ଧରି କଂଗ୍ରେସ ସରକାର ସୃଷ୍ଟି କରିଥିଲା ଏବେ ସେ ସବୁକୁ ମୋଦି ତାଙ୍କ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଟେକି ଦେଉଛନ୍ତି । ଯେଉଁମାନେ ମୋଦି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସିବିଆଇ, ଇଡି ଓ ଆୟକର ବିଭାଗକୁ ଲଗାଇ ହଇରାଣ ହରକତ କରାଯାଉଛି । ଖଡ଼ଗେ କହିଥିଲେ ଯେ ଦେଶ ସ୍ୱାଧୀନତା ପାଇଁ ଆରଏସଏସ ବା ବିଜେପି ଦଳର କୌଣସି ଅବଦାନ ନାହିଁ । କଂଗ୍ରେସ ଦଳ ଦେଶକୁ ସ୍ୱାଧୀନତା ଦେଇଛି । ଦେଶ ଗଠନ କରିଛି । ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ବଲ୍ଲଭଭାଇ ପଟେଲ ଏବଂ ସୁଭାଷ ବୋଷଙ୍କ ତ୍ୟାଗର ପଟାନ୍ତର ନାହିଁ । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ହିଁ ମୋର ପ୍ରଧାନ କର୍ତବ୍ୟ ଓ ଲକ୍ଷ୍ୟ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ସେ କହିଥିଲେ । ବିଜେପି ଦେଶକୁ ଭାଙ୍ଗୁଥିବା ବେଳେ ରାହୁଲ ଗାନ୍ଧୀ ଦେଶକୁ ଯୋଡ଼ି ରଖିବା ପାଇଁ ପ୍ରଚେଷ୍ଟାରତ । ମହଙ୍ଗା ମାଡ଼, ଦୁର୍ନୀତି, ବେରୋଜଗାର, ଦାରିଦ୍ର‌୍ୟ, ଅର୍ଥନୈତିକ ବୈଷମ ଓ କ୍ଷୁଧା ବିରୁଦ୍ଧରେ ତାଙ୍କର ଏହି ମହାସଂଗ୍ରାମ ବୋଲି କହିଥିଲେ ।

ଇଟିଭି ଭାରତ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.