ETV Bharat / city

ରାଜଧାନୀରେ ଆସନ୍ତାକାଲି ଠାରୁ ମିଳିବ ଆହାର

ବୁଧବାର ଠାରୁ ରାଜଧାନୀରେ ପୁଣି ଖୋଲିବ ବନ୍ଦ ପଡିଥିବା ଆହାର କେନ୍ଦ୍ର । ଭୁବନେଶ୍ବରରେ ଥିବା 11ଟି ଆହାର କେନ୍ଦ୍ରରେ ପୂର୍ବ ଭଳି ଆହାର ସେବା ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

author img

By

Published : May 14, 2019, 5:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜଧାନୀରେ ପୁଣି ଆହାର କେନ୍ଦ୍ରରୁ ମିଳିବ ଆହାର । ବାତ୍ୟା ପରେ ସମସ୍ତ ଆହାର କେନ୍ଦ୍ର ଗୁଡିକ ବନ୍ଦ ରହିଛି । ବୁଧବାର ଠାରୁ ପୂର୍ବ ଭଳି ଆହାର ସେବା ପ୍ରଦାନ କରିବାକୁ ଯାଉଛି ବିଏମସି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା ଫନି ପରେ ଭୁବନେଶ୍ବରରେ ଥିବା 11ଟି ଆହାର କେନ୍ଦ୍ର ଏକ ଗୁଡିକ ଭାଙ୍ଗିରୁଜି ଯାଇଛି । ଯାହା ଫଳରେ କେନ୍ଦ୍ର ଗୁଡିକ ବନ୍ଦ ରହିଥିଲା । ବୁଧବାର ଠାରୁ ପୁଣି ଥରେ ସ୍ବାଭାବିକ ଭାବେ ଆହାର କେନ୍ଦ୍ର ଖୋଲାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ସେପଟେ ଆହାର କେନ୍ଦ୍ର ବନ୍ଦ ରହିଥିବାରୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରାଜଧାନୀ ବାସିନ୍ଦାଙ୍କ ସହ ଦୂରଦୂରାନ୍ତରୁ ଆସିଥିବା ଲୋକେ । ଗୋଟେପଟେ ପ୍ରବଳ ଖରା ଯୋଗୁଁ ଅଧିକାଂଶ ହୋଟେଲ ବନ୍ଦ ରହୁଛି । ତେଣୁ ଦ୍ବିପ୍ରହରରେ ସମୟରେ ଖାଦ୍ୟ ପାଇଁ ନାନା ହଇରାଣ ହେଉଛନ୍ତି ଲୋକେ ।

ଅନ୍ୟପକ୍ଷରେ ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ସୂଚନା ଅନୁସାରେ ବାତ୍ୟା ଫନି ପରେ ସମସ୍ତ ଆହାର କେନ୍ଦ୍ର ନଷ୍ଟ ହୋଇଯାଇଥିଲା । ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଚାଲିଛି । ଚଳିତ ସପ୍ତାହରେ ଜନସାଧାରଣଙ୍କୁ ଆହାର ମିଲ ଖାଇବାକୁ ମିଳିବ। ବିଏମସି ଅଞ୍ଚଳରେ ଥିବା ପ୍ରାୟ୧୧ ଗୋଟି ଆହାର କେନ୍ଦ୍ରରେ ୫ ଟଙ୍କାରେ ,୧୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଖାଇବାର ବ୍ୟବସ୍ଥା ଅଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.