ETV Bharat / city

ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର

ଲକଡାଉନ ସମୟରେ ରାଜ୍ୟରେ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ହେଲେ ପାର୍ସଲ ନେବାକୁ ଅନୁମତି ଦେଇଛନ୍ତି ଏସଆରସି । ଅଧିକ ପଢନ୍ତୁ...

author img

By

Published : May 3, 2021, 6:45 PM IST

ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର
ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ବର: ଲକ୍‌ଡାଉନ ନିୟମରେ ସାମାନ୍ୟ ସଂଶୋଧନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ଏନେଇ ଏସଆରସିଙ୍କ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟରେ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ହେଲେ ପାର୍ସଲ ନେବାକୁ ଅନୁମତି ଦେଇଛନ୍ତି ଏସଆରସି ।

ରାଜ୍ୟରେ ଲକ୍‌ଡାଉନବେଳେ ଖୋଲା ରହିବ ସବୁ ଆହାର କେନ୍ଦ୍ର । ହେଲେ ଆହାର କେନ୍ଦ୍ରରେ ବସି ଖାଇବାକୁ ବାରଣ କରାଯାଇଛି । କେବଳ ପାର୍ସଲ ନେଇ ହେବ ବୋଲି ଆଜି ଏସଆରସିଙ୍କ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି । ଲକଡ଼ାଉନ ସମୟରେ ବିଭିନ୍ନ ଜରୁରୀକାଳୀନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ବିଭିନ୍ନ ବର୍ଗର ଲୋକ ଆହାର କେନ୍ଦ୍ର ଉପରେ ନିର୍ଭରଶୀଳ । ଏହାସହ ସହରାଞ୍ଚଳରେ ରାଜ୍ୟ ବାହାରର ବିଭିନ୍ନ ଶ୍ରମିକ ରହିଛନ୍ତି । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ଏହା ସହ ରାଜ୍ୟରେ ଥିବା ଆଇଆଇଟି ଓ ଆଇଆଇଏମର ହଷ୍ଟେଲ ଖୋଲା ରହିବ । କିନ୍ତୁ ହଷ୍ଟେଲରେ କୋଭିଡ କଟକଣା ମାନିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପିପିଲି ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ସେଠାରେ ମଧ୍ୟ କୋଭିଡ ନିୟମ କଡାକଡି ପାଳନ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.