ETV Bharat / city

କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କୃଷିର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ - କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

କୃଷିମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ବିଭାଗୀୟ ଅଧିକାରୀଙ୍କ ସହ ପ୍ରଥମ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କୃଷି ଓ କୃଷକର ବିକାଶ ଉପରେ ଦେଲେ ଗୁରୁତ୍ବ । ଅଧିକ ପଢନ୍ତୁ

କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କୃଷିର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ

author img

By

Published : Jun 8, 2022, 7:49 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଓଡ଼ିଶାରେ କୃଷିର ସାମଗ୍ରିକ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରହିବ । ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କୃଷିମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଲୋକସଭା ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ ମନ୍ତ୍ରୀ ପ୍ରଥମ ସମୀକ୍ଷା ବୈଠକ କରିଛନ୍ତି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଆର. ରଘୁପ୍ରସାଦ ଓ ଅନ୍ୟ ବରିଷ୍ଠ ଅଧ୍ୟାକାରୀମାନେ ମନ୍ତ୍ରୀଙ୍କୁ କୃଷିର ଉନ୍ନତିକରଣ ତଥା ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇଛନ୍ତି ।

କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କୃଷିର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ
କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କୃଷିର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ
କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କୃଷିର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ
କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କୃଷିର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ

ମନ୍ତ୍ରୀ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପରେ ମନ୍ତ୍ରୀ କୃଷି ଭବନ ପରିଦର୍ଶନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ସମ୍ବନ୍ଧରେ ଅବଗତ ହୋଇଛନ୍ତି । ଏହି ଅବସରରେ ମନ୍ତ୍ରୀ ବର୍ତ୍ତମାନର କୃଷକ କଲ୍ୟାଣ ଯୋଜନାଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ ଆବଶ୍ୟକତା ଅନୁଯାୟୀ ନୂତନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ସମନ୍ବିତ କୃଷି ବାବଦରେ ମନ୍ତ୍ରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, କୃଷି ବିଭାଗର ସ୍ଵତନ୍ତ୍ର ସଚିବ ସଞ୍ଜୀବ ଚଢ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.