ETV Bharat / city

କୃଷି ବିଭାଗର କଡା ଆଭିମୁଖ୍ୟ: ଦୁର୍ନୀତି ଓ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ - ଦୁର୍ନୀତିଗ୍ରସ୍ତ ଅଧିକାରୀ ହେବେ ଦଣ୍ଡିତ

କାର୍ଯ୍ୟକାରିତାରେ ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ । କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ସ୍ବଚ୍ଛତା ପାଇଁ ଏଭଳି ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ

କୃଷି ବିଭାଗର କଡା ଆଭିମୁଖ୍ୟ: ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ

author img

By

Published : Dec 17, 2021, 7:12 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-‘ଟି’ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ୱଚ୍ଛତା ଓ କର୍ମଚାରୀମାନଙ୍କ ପାରଦର୍ଶିତା ଉପରେ ଗୁରୁତ୍ବ ଦିଆଯାଉଛି । ଏହା ସଙ୍ଗେ ସଙ୍ଗେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଏହାର ସଫଳ ରୂପାୟନ ପାଇଁ ଯତ୍ନବାନ ହେବା ଆବଶ୍ୟକତା ରହିଛି । ଏଣୁ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ସ୍ୱଚ୍ଛତାକୁ ବିଭାଗୀୟ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବା ନିମନ୍ତେ କୃଷି ଓ ଖାଦ୍ୟ ନିର୍ଦ୍ଦେଶାଳୟର ସମସ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆବଶ୍ୟକୀୟ କୃଷି ସହାୟତା ଯୋଗାଇବା ପଦ୍ଧତିକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ (DBT) ଅନ୍ତର୍ଭୁକ୍ତ କରାଯାଇଛି । ଡିବିଟି ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଚାଷୀମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ କରାଯାଉଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାରେ ଆଗାମୀ ଦିନରେ ଡିବିଟି ପଦ୍ଧତି କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ବିଭାଗୀୟ ନିର୍ଦ୍ଦେଶକମାନେ ସାପ୍ତାହିକ ସମୀକ୍ଷା କରିବା ପାଇଁ ମନ୍ତ୍ରୀ କହିଛନ୍ତି ।

କୃଷି ବିଭାଗର କଡା ଆଭିମୁଖ୍ୟ: ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ
କୃଷି ବିଭାଗର କଡା ଆଭିମୁଖ୍ୟ: ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ

ପ୍ରତ୍ୟେକ ମାସରେ ଆଭାସୀ ମାଧ୍ୟମରେ ଏହାର ସମୀକ୍ଷା ନେବାକୁ ମନ୍ତ୍ରୀ କହିଛନ୍ତି । ଏହି ମାସିକ ସମୀକ୍ଷାରେ ସମସ୍ତ ତିନୋଟି ନିର୍ଦ୍ଦେଶାଳୟର ଖର୍ଚ୍ଚ ହୋଇଥିବା ଅର୍ଥରାଶିର ସମୀକ୍ଷା ସହ ଚଳିତ ଆର୍ଥିକ ବର୍ଷରେ ହେବାକୁ ଥିବା ଖର୍ଚ୍ଚ ସ୍ଥାନିତ ହେବ । କାର୍ଯ୍ୟକାରିତାରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ଅଧିକାରୀମାନେ ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ତାଗିଦ୍‌ କରିଛନ୍ତି । ଏହାସହିତ ଆସନ୍ତା ଜାନୁଆରୀ ୩୧ ତାରିଖରେ ପରବର୍ତ୍ତୀ ସମୀକ୍ଷା ବୈଠକ ଆୟୋଜନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଫାର୍ମ ପଣ୍ଡ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି ବିଭାଗକୁ ଅଧିକ ଉତ୍ସାହର ସହ ସାମିଲ କରିବାକୁ ବୈଠକରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ବୈଠକରେ ଯୋଗ ଦେଇଥିଲେ । ପ୍ରତ୍ୟେକ ଯୋଜନାରେ ଅର୍ଥରାଶି ଖର୍ଚ୍ଚ ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହାସହ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗର ପ୍ରତ୍ୟେକ ଦପ୍ତରରେ ‘ମୋ ସରକାର’ ଡେସ୍କ ପ୍ରତିଷ୍ଠା କରିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏ.ଏ.ଓ/ଏ.ଏଚ୍‌.ଓମାନଙ୍କୁ ବାର୍ଷିକ ଲକ୍ଷ୍ୟ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀମାନେ ସେମାନଙ୍କ ବ୍ୟକ୍ତିଗତ ମୂଲ୍ୟାଙ୍କନ ବିବରଣୀ (ପିଏଆର୍‌) ଦାଖଲ କଲାବେଳେ ସେଥିରେ ସମସ୍ତ କାର୍ଯ୍ୟ ଉଲ୍ଲେଖ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶୀ ଓ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମକୁ ସମସ୍ତେ ମିଳିମିଶି ଆଗେଇ ନେବାକୁ ହେବ । ଏହାସହିତ ଚଳିତ ମାସ ସୁଦ୍ଧା ପ୍ରତ୍ୟେକ ବି.ଏ.ଓ/ଏ.ଏ.ଓ/ଏ.ଏଚ୍‌.ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋଟିଏ ଲେଖାଏଁ ପ୍ରୋଜେକ୍ଟ ହିତାଧିକାରୀ ଚୟନ କରିବେ ବୋଲି କୁହାଯାଇଛି । ଭିସି ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କ ସହ ବିଭାଗୀୟ ଯୋଜନା ଅଧିକାରୀ ତଥା ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.