ETV Bharat / city

କୃଷି ଯନ୍ତ୍ରପାତିର ବ୍ୟବହାରରେ ଲାଘବ ହେବ କୃଷିଜୀବୀ ମହିଳା ଓ ଶ୍ରମିକଙ୍କ ଶ୍ରମ

author img

By

Published : Aug 22, 2022, 10:47 PM IST

Updated : Aug 22, 2022, 10:55 PM IST

ମହିଳା ଚାଷୀ ଓ ଶ୍ରମିକମାନଙ୍କ କୃଷି କାର୍ଯ୍ୟଜନିତ ଶ୍ରମ ଲାଘବ କରିବା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମନ୍ତ୍ରୀ । କୃଷି ଯନ୍ତ୍ରପାତିର ବ୍ୟବହାରରେ ଲାଘବ ହେବ କୃଷିଜୀବୀ ମହିଳା ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଧିକ ପଢନ୍ତୁ

କୃଷି ଯନ୍ତ୍ରପାତିର ବ୍ୟବହାରରେ ଲାଘବ ହେବ କୃଷିଜୀବୀ ମହିଳା, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୂଚନା

ଭୁବନେଶ୍ବର: ଓଡିଶା ଏକ କୃଷି ପ୍ରଧାନ ଦେଶ । ରାଜ୍ୟର ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତରୁ ଉର୍ଦ୍ଧ୍ବ ମହିଳା କୃଷି ଶ୍ରମିକ ଅଟନ୍ତି । ଛୋଟ ଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାର ଦ୍ୱାରା କୃଷିରେ ନିୟୋଜିତ ଗ୍ରାମୀଣ କୃଷିଜୀବୀ ମହିଳା ଓ ଶ୍ରମିକମାନଙ୍କ ଶ୍ରମ ଲାଘବ କରିହେବ । କୃଷି ଯନ୍ତ୍ରପାତିର ପ୍ରୟୋଗକୁ ତ୍ୱରାନ୍ୱିତ କରିବା ଉପରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।

ମହିଳା ଚାଷୀ ଓ ଶ୍ରମିକମାନଙ୍କ କୃଷି କାର୍ଯ୍ୟଜନିତ ଶ୍ରମ ଲାଘବ କରିବା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ, "ମହିଳା ଶ୍ରମିକମାନେ ନିୟୋଜିତ ହେଉଥିବା ବିହନ ବୁଣା, ରୁଆ, ଫସଲ କଟା, ତୋଳା, ଅମଳ, ଚୋପା ବାହାର କରିବା ଆଦି କାର୍ଯ୍ୟରେ ଛୋଟ ଛୋଟ ଯନ୍ତ୍ରପାତିର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଦରକାର । କୃଷି ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆକର୍ଷଣୀୟ ରିହାତି ପ୍ରଦାନ କରୁଛନ୍ତି । କୃଷି କାର୍ଯ୍ୟରେ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ପ୍ରୟାସର ଆବଶ୍ୟକତା ରହିଛି ।"

କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ କୃଷି ଯନ୍ତ୍ରପାତିର ବ୍ୟବହାର ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ଓ ବ୍ଲକସ୍ତରରେ କୃଷି ମେଳା ଆୟୋଜନ ମାଧ୍ୟମରେ କୃଷି ଯନ୍ତ୍ରପାତିର ବିକ୍ରିବଟାକୁ ବ୍ୟାପକ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥି ସହିତ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ କୃଷି ଯନ୍ତ୍ରପାତିର ପ୍ରଚାର ଓ ବିକ୍ରିବଟାର ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବ୍ଲକ୍‌ସ୍ତରରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଗୁଡ଼ିକରେ ଚାଷୀମାନଙ୍କୁ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଉନ୍ନତ କୃଷି ଉପକରଣ ବ୍ୟବହାରକୁ ବୃଦ୍ଧି କରି ମହିଳାମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ," ହସ୍ତ ଚାଳିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ୫୦ ପ୍ରତିଶତ ସବ୍‌ସିଡ଼ି ପ୍ରଦାନ କରୁଛନ୍ତି । ସେହିଭଳି ମୋଟର ଚାଳିତ କୃଷି ଯନ୍ତ୍ରପାତି ଓ ଉପକରଣ ନିମନ୍ତେ ସାଧାରଣ ବର୍ଗଙ୍କୁ ୪୦ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାମାନଙ୍କୁ ୫୦ ପ୍ରତିଶତ ସବ୍‌ସିଡିର ବ୍ୟବସ୍ଥା ରହିଛି ।" ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ଭାଲ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 22, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.