ETV Bharat / city

କୃଷି ଆଇନ ବିବାଦ: ଜୟ ନାରାୟଣଙ୍କ ଦାବିକୁ ଖଣ୍ଡନ କଲେ ପିନାକୀ

author img

By

Published : Sep 28, 2020, 8:53 PM IST

ଶ୍ଚିମ ଓଡିଶାର ଟାଣୁଆ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦାବିକୁ ଖଣ୍ଡନ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ବିଜେଡି ସର୍ବଦା ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଆସିଛି ବୋଲି କହିଛନ୍ତି ପିନାକୀ । ଅଧିକ ପଢନ୍ତୁ...

କୃଷି ଆଇନ ବିବାଦ: ଜୟ ନାରାୟଣଙ୍କ ଦାବିକୁ ଖଣ୍ଡନ କଲେ ପିନାକୀ
କୃଷି ଆଇନ ବିବାଦ: ଜୟ ନାରାୟଣଙ୍କ ଦାବିକୁ ଖଣ୍ଡନ କଲେ ପିନାକୀ

ଭୁବନେଶ୍ବର: ବିରୋଧୀଙ୍କ ଜୋରଦାର ବିରୋଧ ମଧ୍ୟରେ ସଂସଦରେ ପାରିତ କୃଷି ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । ହେଲେ ବିବାଦ ଏଯାଏଁ ଥମିବାର ନାଁ ନେଉନାହିଁ । ସବୁ କଥାରେ ବିଜେପି ଓ ବିଜେଡି ମଧ୍ୟରେ ମଧୁ ଚନ୍ଦ୍ରିକା ରହିଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଆସୁଥିବା ବେଳେ ଏହି କୃଷି ଆଇନ ଏବେ ବିଜେପି-ବିଜେଡି ସମ୍ପର୍କରେ କେତେ ଫାଟ ରହିଛି ତାହା ପଦାରେ ପକାଇଦେଇଛି । ଏପରିସ୍ଥିତିରେ ପଶ୍ଚିମ ଓଡିଶାର ଟାଣୁଆ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦାବିକୁ ଖଣ୍ଡନ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

କୃଷି ବିଧେୟକକୁ ବିଜେଡି ଲୋକସଭାରେ ସମର୍ଥନ କରିଥିବା ବେଳେ ରାଜ୍ୟସଭାରେ ବିରୋଧ କରିଥିଲା ବୋଲି ଦାବି କରିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ତେବେ ବିଧାୟକଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, ସାଂସଦ ଅନୁଭବ ମହାନ୍ତି ଗୃହରେ ବିଲ୍କୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିଥିଲେ । ଏହା ଉପରେ ବିସ୍ତୃତ ବିଚାର ପାଇଁ ଏହାକୁ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବାକୁ କହିଥିଲେ। ବିଜେଡି ସର୍ବଦା ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଆସିଛି ବୋଲି କହିଛନ୍ତି ପିନାକୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.