ETV Bharat / city

‘ଶ୍ରମନୀତିକୁ ବିରୋଧ କରି ସାରା ଦେଶରେ ହେବ ଆନ୍ଦୋଳନ’ - ଶ୍ରମ ନୀତିକୁ ବିରୋଧ

ଭୁବନେଶ୍ବରରେ 300ତମ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଶେଷ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ସଭାରେ କେନ୍ଦ୍ର ସରକାରଙ୍କ ଶ୍ରମନୀତିକୁ ବିରୋଧ କରାଯାଇଛି । ଜାନୁଆରୀ ମାସରେ ସାରା ଦେଶରେ ସରକାରଙ୍କ ଉପରେ ଏହି ଆଇନରେ ପରିବର୍ତ୍ତନ କରିବାକୁ ଚାପ ପକାଇବା ଉଦ୍ଦେଶ୍ୟରେ ଆନ୍ଦୋଳନ କରାଯିବ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 29, 2019, 12:48 AM IST

ଭୁବନେଶ୍ବର : 300ତମ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ସଭାରେ କେନ୍ଦ୍ର ସରକାରଙ୍କ ଶ୍ରମନୀତିକୁ ବିରୋଧ କରାଯାଇଛି । ଏହା ସହ ଶ୍ରମିକ ବିରୋଧୀ କାର୍ଯ୍ୟରୁ ସରକାର ବିରତି ରହିବା ପାଇଁ କେତେଗୁଡିଏ ପ୍ରସ୍ତାବକୁ ପାସ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

କେନ୍ଦ୍ର ସରକାର ଶ୍ରମିକ ସଂଗଠନ ମାନଙ୍କ ସହିତ କୌଣସି ଆଲୋଚନା ନ କରି 44 ଶ୍ରମ ଆଇନକୁ ପରିବର୍ତ୍ତନ କରି 4ଟି ଲେବର କୋର୍ଟ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ କମ୍ପାନୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ବିନା ଯେକୌଣସି ସମୟରେ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିପାରିବେ। ଯାହାକି ଶ୍ରମିକ ମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ତେଣୁ ଆଗାମୀ 30 ତାରିଖରେ ଦିଲ୍ଲୀରେ ହେବାକୁ ଥିବା ସମ୍ମିଳନୀରେ ଏହା ଉପରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ଯାହାଫଳରେ ଆଗାମୀ ଜାନୁଆରୀ ମାସରେ ସାରା ଦେଶରେ ସରକାରଙ୍କ ଉପରେ ଏହି ଆଇନରେ ପରିବର୍ତ୍ତନ କରିବାକୁ ଚାପ ପକାଇବା ଉଦେଶ୍ୟରେ ଆନ୍ଦୋଳନ କରାଯିବ ବୋଲି ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଷ୍ଟ୍ରୀୟ ଉପସଭାପତି ରାମଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି । ତିନିଦିନ ଧରି ଚାଲିଥିବା ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାରାଦେଶରୁ ବିଭିନ୍ନ ଫେଡରେସନର ସଦସ୍ୟଙ୍କ ସହିତ ପାଖାପାଖି 425 ଶ୍ରମିକ ନେତା ଅଂଶ ଗ୍ରହଣ କରିଛନ୍ତି । ଏଥିରେ ରାଷ୍ଟ୍ରୀୟ ସଭାପତି ଡକ୍ଟର ସଂଜୀବ ରେଡି ଅଧକ୍ଷତା କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ତିନି ଦିନିଆ 300ତମ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦଯାପିତ ହୋଇଯାଇଛି।ଏଥିରେ କେନ୍ଦ୍ର ସରକାରଙ୍କ ଶ୍ରମ ନୀତିକୁ ବିରୋଧ କରାଯିବା ସହିତ ଶ୍ରମିକ ବିରୋଧୀ କାର୍ଯ୍ୟରୁ ସରକାର ବିରତ ରହିବା ପାଇଁ କେତେ ଗୁଡିଏ ରିଜୋଲେସନ ପାସ କରାଯାଇଛି।

Body:ଯାହା ମଧ୍ୟରୁ ପ୍ରମୁଖ ହେଉଛି କେନ୍ଦ୍ର ସରକାର ଶ୍ରମିକ ସଂଗଠନ ମାନଙ୍କ ସହିତ କୌଣସି ଆଲୋଚନ ନ କରି 44 ଶ୍ରମ ଆଇନକୁ ପରିବର୍ତ୍ତନ କରି 4ଟି ଲେବର କୋର୍ଟ ସ୍ଥାପନ କରାଯାଇଛି।ଯାହା ମାଧ୍ୟମରେ କମ୍ପାନୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ବିନା ଯେକୌଣସି ସମୟରେ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିପାରିବେ।ଯାହାକି ଶ୍ରମିକ ମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।ତେଣୁ ଆଗାମୀ 30 ତାରିଖ ରେ ଦିଲ୍ଲୀରେ ହେବାକୁ ଥିବା କାନଭେନ୍ସାନ ରେ ଏହା ଉପରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ।ଯାହା ଫଳରେ ଆଗାମୀ ଜାନୁଆରୀ ମାସରେ ସାରା ଦେଶରେ ସରକାରଙ୍କ ଉପରେ ଏହି ଆଇନ ରେ ପରିବର୍ତ୍ତନ କରିବାକୁ ଚାପ ପକାଇବା ଉଦେଶ୍ୟରେ ଆନ୍ଦୋନ କରାଯିବ ବୋଲି ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଷ୍ଟ୍ରୀୟ ଉପସଭାପତି ରାମଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି।
ତିନିଦିନ ଧରି ଚାଲିଥିବା ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ରେ ସାରାଦେଶରୁ ବିଭିନ୍ନ ଫେଡରେସନ ର ସଦସ୍ୟଙ୍କ ସହିତ ପାଖାପାଖି 425 ଶ୍ରମିକ ନେତା ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ରାଷ୍ଟ୍ରୀୟ ସଭାପତି ଡକ୍ଟର ସଂଜୀବ ରେଡି ଅଧକ୍ଷତା କରିଥିଲେ।
ବାଇଟ-ରାମଚନ୍ଦ୍ର ଖୁଣ୍ଟିଆ,ରାଷ୍ଟ୍ରୀୟ ଉପସଭାପତି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.