ETV Bharat / city

ପୁଣି ରେଡ଼ ଜୋନରେ ଖୋର୍ଦ୍ଧା, TPRରେ 1 ପ୍ରତିଶତ ଉପରେ 4 ଜିଲ୍ଲା:DMET

author img

By

Published : Sep 6, 2021, 9:13 PM IST

ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ପୂର୍ବ ଭଳି ସାମାଜିକ ଦୂରତ୍ବ, ମାସ୍କ ପରିଧାନ ଓ ସାନିଟାଇଜରର ବ୍ୟବହାର ସହ କୋଭିଡ ନିୟମକୁ ଅନୁପାଳନ କଲେ କମିବ ସଂକ୍ରମଣ । ଅଧିକ ପଢନ୍ତୁ...

ପୁଣି ରେଡ଼ ଜୋନରେ ଖୋର୍ଦ୍ଧା, TPRରେ 1 ପ୍ରତିଶତ ଉପରେ 4 ଜିଲ୍ଲା:DMET
ପୁଣି ରେଡ଼ ଜୋନରେ ଖୋର୍ଦ୍ଧା, TPRରେ 1 ପ୍ରତିଶତ ଉପରେ 4 ଜିଲ୍ଲା:DMET

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ସଂକ୍ରମଣ ହାର କମିବାରେ ଳାଗିଛି । ହେଲେ ଏବେବି ଅନେକ ଜିଲ୍ଲାରେ ସଂକ୍ରମଣ ବଢୁଛି । ରାଜ୍ୟରେ ଟିପିଆର (TPR) ଅପରାହ୍ନ 3 ଟା ସୁଦ୍ଧା 0.93 ପ୍ରତିଶତ ରହିଛି । କଟକରେ ସର୍ବାଧିକ TPR 3.1 ପ୍ରତିଶତ ରହିଥିବାବେଳେ ଖୋର୍ଦ୍ଧାରେ 2.06 ପ୍ରତିଶତ । ଜଗତସିଂହପୁରରେ 1.17 ପ୍ରତିଶତ ରହିଥିବାବେଳେ ବାଲେଶ୍ୱରରେ 1.01 ପ୍ରତିଶତ ଟିପିଆର ରହିଛି । ଆଜି (ସୋମବାର) ରାଜ୍ୟରେ 609 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ଖୋର୍ଦ୍ଧାରୁ 188, କଟକରୁ 113, ଜଗତସିଂହପୁରରେ 22 ଓ ବାଲେଶ୍ୱରରୁ 31 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି 2 ହଜାର 677 । ତେବେ କଟକରେ 903 , ବାଲେଶ୍ୱରରେ 406, ଯାଜପୁରରେ 307, ମୟୁରଭଞ୍ଜରେ 226, ଜଗତସିଂହପୁରରେ 167 ଜଣ ରହିଛନ୍ତି । ଏନେଇ DMET ସିବିକେ ମହାନ୍ତି କହିଛନ୍ତି ଯେ ଯେଉଁ ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେହି ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରାଯାଉଛି । ସେପଟେ ଲୋକଙ୍କ ଆଚରଣ ବ୍ୟବସ୍ଥା ଓ ଅବସ୍ଥାକୁ ଦେଖିବାକୁ ହେବ। ଆମେ ବାଡ଼ି ପକାଇ କାହାକୁ ଜଗିପାରିବା ନାହିଁ ବୋଲି କହିଛନ୍ତି DMET ।

ତେବେ ରାଜ୍ୟରେ 18477132 ଟେଷ୍ଟ କରାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1012167, ସୁସ୍ଥ ହୋଇଛନ୍ତି 997063 । ଏବଂ 8055 ମୃତ୍ୟୁ ବରଣ କରିଥିବାବେଳେ ଆକ୍ଟିଭ କେସ ରହିଛି 6996 ଜଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.