ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ପୁଣି ବୁଲିଲା ବୁଲଡୋଜର । ହଟିଲା ଶହ ଶହ ସଂଖ୍ୟାରେ ଜବରଦଖଲରେ ଥିବା ଦୋକାନ । ନୂତନ ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ ପାଇଁ ବିଡ଼ିଏ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି।
ସେହିପରି ଉଚ୍ଛେଦ ପ୍ରକ୍ରିୟାରେ ମାଟିରେ ମିଶିଛି ଓଏସଆରଟିସିର ଟିକେଟ କାଉଣ୍ଟର । ପୂର୍ବରୁ ମଧ୍ୟ ଉଚ୍ଛେଦ ହୋଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡକୁ ବିଶ୍ବସ୍ତରୀୟ କରିବା ପାଇଁ ଏହି ଉଚ୍ଛେଦ ପ୍ରକିୟା ଚାଲିଛି । ଉଚ୍ଛେଦ ସମୟରେ ପୋଲିସ ଓ ବିଡିଏ କର୍ତ୍ତୃପକ୍ଷ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ