ETV Bharat / city

ରାଜ୍ୟରେ ତଳମୁହାଁ କୋରୋନା ମୃତ୍ୟୁହାର, ଦିନକରେ 6 ମୃତ

author img

By

Published : Dec 2, 2020, 12:59 PM IST

ରାଜ୍ୟରେ କମିଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଦିନକରେ 6 ଜଣଙ୍କ ମୃତ୍ୟୁ ହୋଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,750 କୁ ବୃଦ୍ଧି । ଅଧିକ ପଢନ୍ତୁ...

again 6 more corona patient died in today
ରାଜ୍ୟରେ ତଳମୁହାଁ କୋରୋନା ମୃତ୍ୟୁହାର, ଦିନକରେ 6 ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ହାର କମିବା ସହ ମୃତ୍ୟୁ ହାର ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଗତ 24 ଘଣ୍ଟାରେ 6 ଜଣଙ୍କ ମୃତ୍ୟୁ ହୋଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,750ରେ ପହଞ୍ଚିଛି ।

ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ବାଲେଶ୍ବର ଜିଲ୍ଲାରେ 82 ବର୍ଷର ପୁରୁଷ, ଭୁବନେଶ୍ବରର 74 ବର୍ଷର ପୁରୁଷ, ଗଞ୍ଜାମ ଜିଲ୍ଲାର 58 ବର୍ଷ ଓ 68 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର 71 ବର୍ଷର ପୁରୁଷ ଏବଂ ମୟୂରଭଞ୍ଜର 71 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଆଜି ରାଜ୍ୟରେ 480 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 276 ଜଣ କ୍ବାରେଣ୍ଟାଇନ ଓ 204 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.