ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ସହ ମୃତ୍ୟୁହାର ଧୀରେ ଧୀରେ କମିବାରେ ଲାଗିଛି । ଆଜି ବି ଦିନକରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1744ରେ ପହଞ୍ଚିଛି ।
ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ଜଗତସିଂହପୁରରେ 37ବର୍ଷର ପୁରୁଷ, ଖୋର୍ଦ୍ଧାରେ 68 ବର୍ଷର ପୁରୁଷ,ପୁରୀରେ 36ବର୍ଷ,78ବର୍ଷ ପୁରୁଷ ଓ 65ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ବି କୋରୋନାରେ 5ଜଣଙ୍କ ମୃତ୍ୟୁ ଘଟିଥିଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ